STORYMIRROR

Arjun Sahu

Classics Inspirational

3  

Arjun Sahu

Classics Inspirational

ଜଣାଣ-3

ଜଣାଣ-3

1 min
168

ଜୟ ଜୟ ଜଗନ୍ନାଥ ଅନାଦି ଅନନ୍ତ 

ଅରୂପରୁ ରୂପ ଯାର ନାହିଁ ଆଦିଅନ୍ତ ।।

ଶ୍ରୀକ୍ଷେତ୍ର ନୀଳକନ୍ଦରେ ବଡଦେଉଳରେ

ବିଜେ କରିଅଛ ଭାଇ ଭଗ୍ନି ସଙ୍ଗତରେ।।

ସୁଦର୍ଶନ ସଙ୍ଗତରେ ଚତୁର୍ଦ୍ଦା ମୂରତି

କଳିଯୁଗେ କଳ୍ପ ବାସି ଧେଉଛ ମୁକତି।।

ପାପି ପାବନ ପତାକା ନୀଳଚକ୍ର ଚୁଳେ

ଫର ଫର ଉଡେ ଦେଖି ତରିଯାନ୍ତି ନରେ।।

ସର୍ବ ବ୍ୟାପି ବ୍ୟାପିଅଛ ଅଖିଳ ଜଗତ 

ଅପୂର୍ଣ୍ଣତାରୂ ପୂର୍ଣ୍ଣତା ଲଭିଛ ହେ ନାଥ।।

କରହୀନେ କର ପ୍ରସାରିଛ ଭକ୍ତ ପାଇଁ

ଭକ୍ତ ଶ୍ରଦ୍ଧା ଉପହାର ନେଇଛ ହେ ସାଇଁ।।

ବାହ୍ୟନେତ୍ରେ ଶ୍ରବଣ ଯା ନ ଦିଶେ ଚକ୍ଷୁକୁ 

ଶୁଣିପାର ଭକ୍ତ ଆର୍ତ୍ତ ତେଣୁ ଭକ୍ତ ବନ୍ଧୂ ।।

ଅଶେଷ ମହିମା କେ ବର୍ଣ୍ଣିବ ଗୁଣ ରାଶି 

ନାମ ସ୍ମରନ୍ତେ କ୍ଷଣକେ ପାପ ଯାଏ ଧ୍ବଂସୀ।।

ଅଚିନ୍ତ୍ୟ ହେ ଅବ୍ୟକ୍ତ ପୁରୁଷ ଶ୍ରୀପୟରେ 

ଦିନ ଅରଜୁନ ମତି ଥାଉ ନିରନ୍ତରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics