STORYMIRROR

kahnu charan sahu

Classics

3  

kahnu charan sahu

Classics

ବିଷାକ୍ତ ପୃଥୀ

ବିଷାକ୍ତ ପୃଥୀ

1 min
248


ପୁରାତନ କାଳେ ଆମେ ଗଛ ମୂଳେ

ଖେଳୁଥିଲୁ ନାନା ଖେଳ

ଶୀତଳ ବାୟୁର ନରମ ପରଶେ

ମେଂଟୁ ଥିଲା ଦେହ ଝାଳ ।

ପଣସ ତେନ୍ତୁଳି ଆମ୍ବ ଜାମ କୋଳି

ଖାଉଥିଲୁ କେତେ ଫଳ

ସୁସ୍ଥ ସବଳ ଆମ ଶରୀର ଥିଲା

ମିଳୁଥିଲା ସିଂହବଳ ।

ବଦଳି ଗଲାଯେ ସମୟ ସ୍ରୋତରେ

ପରିବେଶ ହେଲା ନୂଆ

ହଜିଗଲା ଆମ ଗିରି ବନ ଘେରା

ସବୁଜ ସୁନ୍ଦର ଗାଆଁ ।

ଫଗୁଣ ଆସିଲେ ଶୁଭୁଥିଲା ଦିନେ

କୋକିଳର କୁହୁତାନ

ଫୁଲର ମହକେ ଝୁମି ଉଠୁଥିଲା

ଦୁଃଖ କ୍ଳେଶ ଭୁଲି ମନ ।

ହଜିଗଲା ଆମ ଅତୀତ ଠିକଣା

ଗାଆଁ ହୋଇଲା ସହର

ଉଦାର ମନରେ ହଜାରେ ଆତଙ୍କ

ବିଷାକ୍ତ ପୃଥୀ ଶରୀର ।

ପ୍ରଦୂଷିତ ହେଲା ପୃଥୀ ବାୟୁ ଜଳ

ଆଧିନିକ ନିଶା ପ୍ରେମେ

ଭିନ୍ନ ଭିନ୍ନ ରୋଗ ପ୍ରାଣୀଙ୍କୁ ଗ୍ରାସୁଛି

ପୃଥୀ ଧ୍ୱଂସ କାଳକ୍ରମେ ।।



এই বিষয়বস্তু রেট
প্রবেশ করুন

Similar oriya poem from Classics