STORYMIRROR

Gunanidhi Samal

Classics

3  

Gunanidhi Samal

Classics

ତୁମ ପଥ ଥିବି ଚାହିଁ

ତୁମ ପଥ ଥିବି ଚାହିଁ

1 min
161

ଭୁଲିଯାଅ ବୋଲି କହିଦେଲ ସିନା

କେମିତି ଭୁଲିବି ମୁହିଁ

ବିଚ୍ଛେଦର ଜ୍ୱାଳା କୁହ ଏ ସଂସାରେ

କିଏ ବା ପାରିଛି ସହି ।

ଭଲ ପାଇବାଟା ବହୁତ ସହଜ

ଭୁଲିଯିବା ଭାରି କଷ୍ଟ

ଭୁଲିବି ସେ ଦିନ ଏ ମର ଶରୀର

ହୋଇଯିବ ଯେବେ ନଷ୍ଟ ।

ଭାବନାହିଁ କେବେ ତୁମ ଚଲାପଥେ

ସାଜିବି ବୋଲି ମୁଁ" ଝଡ଼

କରିବିନି ଦୁଃଖ ନ'ଚାହଁ ମୋ" ମୁଖ

ସୁଖେ କିନ୍ତୁ ଗଢ଼ ନୀଡ଼ ।

ଆଶା ମରିଗଲା ନିରାଶା ଅନ୍ଧାରେ

ସଞ୍ଜ ଆସିଲାଣି ନଇଁ

ଏଇ ଜନମ ପରେ ଆର ଜନମକୁ

ଥିବି ତୁମ ପଥ ଚାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics