ସ୍ମୃତି ମହାକୁମ୍ଭ
ସ୍ମୃତି ମହାକୁମ୍ଭ


ଉତ୍ତରାଖଣ୍ଡର ହରିଦ୍ଵାର ପୀଠ
ହୋଇଲାଣି ସଜବାଜ
ଅପ୍ରେଲ ମାସର ଶୁଭ ଲଗନରେ
ହେବ ମହାମେଳା କୁମ୍ଭ ।
ବାରବରଷକେ ସୂରୁଜଦେବଙ୍କ
ହୁଏ ମେଷରେ ପ୍ରବେଶ
ମକରଲଗ୍ନରେ ଗୁରୁ ବୃହସ୍ପତି
ହୋଇଥାନ୍ତି ସନ୍ନିବେଶ ।
ମହାକୁମ୍ଭ ଯୋଗ ମାହେନ୍ଦ୍ର ସମୟ
ପବିତ୍ର ତୀର୍ଥ ସାନ୍ନିଧ୍ୟ
ନାଶ ହୁଏ ପାପ ସଞ୍ଚରେ ଅମୃତ
ଅରଜେ ପୁଣ୍ୟ ମହାର୍ଘ୍ୟ ।
ସୁପ୍ରାଚୀନ ଅଟେ ସ୍ନାନ ପରମ୍ପରା
ହୁଏ ଜନ ସମାଗମ
ସନ୍ୟାସୀ ଆଖଡ଼ା ଭକତ ଯାତ୍ରୀରେ
ଗହଳି ଉଠଇ ସ୍ଥାନ ।
ଶୁଭେ ହର ହର ମହାଦେବ ଧ୍ୱନି
ତୂରୀ ଭେରୀ ଶଙ୍ଖ ନାଦ
ମହାସମାରୋହେ ଦଳ ଦଳ ହୋଇ
ପଡ଼ିଥାଏ ଗଣ ବୁଡ଼ ।
ଏ ଭବ ସାଗର ନାହିଁ ଥଳକୂଳ
ବିଶ୍ୱାସ ବିନ୍ଦୁ ଅମୃତ
ଏ ଜାତି ବଞ୍ଚିଛି ଧରମ କରମେ
ଆତ୍ମବଳ ତାର ଦୃଢ଼ ।
ଦେବା ସୁର ଯୁଦ୍ଧ ଚାଲିଛି ଚାଲିବ
ଅମୃତ ଜୀବନ ବଞ୍ଚିବ
ମରିବେ ଅସୁର ଛାୟା ରାହୁକେତୁ
କରୋନା ଅବଶ୍ୟ ମରିବ ।