ବରଗଛ ଓହଳ
ବରଗଛ ଓହଳ
ସେଇ ଗୋଟିଏ ପ୍ରଶ୍ନ
ପଚାରନ୍ତି ଚିହ୍ନା ମୁହଁ ଯେତେ
ଆପଣ ରହୁନାହାନ୍ତି କି ପୁଅ ବୋହୁ ପାଖରେ
କେମିତି କହିଥାନ୍ତି ଏତେ ଛୋଟ କଥା ??
ପୁଅ ମୋତେ ପଚାରୁନି ଖୋଲି ମୁଁ ତୁଣ୍ଡରେ ??
କିଏ କହେ ପରିଣତ ଵୟସ ରେ
ପିଲାମାନେ ଦୁର୍ବଳ ସ୍ନାୟୁ ର ପାଦୁକା
ଏମିତି ବି ହୁଏ ସଂସୟ ଟା ସତ୍ୟ
ଆଶା ଖାଇ ଯାଏ ଧୋକା
ଆପଣା ସୁନା ଭେଣ୍ଡି ମିଛେ ଭାଗ୍ୟ କୁ ଦୋଷ ଦେଇ
ଛାତିରେ ଅଟକେ କଥା କହି ହୁଏ ନାହିଁ
ବୁଢ଼ା ବରଗଛ ଫଳ ଚୋରାଇ ନିଏ କାଉ
କି ପାଇଁ କରିଵି ଦୁଃଖ
ସମ୍ପର୍କ ର ଓହଳ ଏଵେ ବି ଲମ୍ବିଛି
ବରଗଛ ମରନାହିଁ
ଚାରା ଗଛ ଯେଉଁ ଠି ବି ଥାଉ
ଟିକିଏ ଆପଣାଇ ନେଲେ
ପର କିଏ ସବୁତ ।ଆପଣା
ମୋ ଭାଇ ମୋ ଝୀଆରି ପୁତୁରା ମୋ ସାଇପଡିଶା
ଅତୁଟ ଏ ବନ୍ଧନ କାହିଁ ତ ପୁରୁଣା
ସମ୍ପର୍କ ଟିକେ ପଡ଼ିଛି ଫିକା
ମିଶିନି ଧୂଳି ରେ
ରଂଗ ତ ସରିନି ଏବେ ସ୍ନେହର ତୂଳୀ ରେ