STORYMIRROR

Prafulla Das

Classics

3  

Prafulla Das

Classics

ବରଗଛ ଓହଳ

ବରଗଛ ଓହଳ

1 min
200


ସେଇ ଗୋଟିଏ ପ୍ରଶ୍ନ

ପଚାରନ୍ତି ଚିହ୍ନା ମୁହଁ ଯେତେ 

ଆପଣ ରହୁନାହାନ୍ତି କି ପୁଅ ବୋହୁ ପାଖରେ

କେମିତି କହିଥାନ୍ତି ଏତେ ଛୋଟ କଥା ??

ପୁଅ ମୋତେ ପଚାରୁନି ଖୋଲି ମୁଁ ତୁଣ୍ଡରେ ??


କିଏ କହେ ପରିଣତ ଵୟସ ରେ

ପିଲାମାନେ ଦୁର୍ବଳ ସ୍ନାୟୁ ର ପାଦୁକା

ଏମିତି ବି ହୁଏ ସଂସୟ ଟା ସତ୍ୟ

ଆଶା ଖାଇ ଯାଏ ଧୋକା

ଆପଣା ସୁନା ଭେଣ୍ଡି ମିଛେ ଭାଗ୍ୟ କୁ ଦୋଷ ଦେଇ

ଛାତିରେ ଅଟକେ କଥା କହି ହୁଏ ନାହିଁ


ବୁଢ଼ା ବରଗଛ ଫଳ ଚୋରାଇ ନିଏ କାଉ

କି ପାଇଁ କରିଵି ଦୁଃଖ

ସମ୍ପର୍କ ର ଓହଳ ଏଵେ ବି ଲମ୍ବିଛି

ବରଗଛ ମରନାହିଁ

ଚାରା ଗଛ ଯେଉଁ ଠି ବି ଥାଉ

ଟିକିଏ ଆପଣାଇ ନେଲେ

ପର କିଏ ସବୁତ ।ଆପଣା

ମୋ ଭାଇ ମୋ ଝୀଆରି ପୁତୁରା ମୋ ସାଇପଡିଶା

ଅତୁଟ ଏ ବନ୍ଧନ କାହିଁ ତ ପୁରୁଣା

ସମ୍ପର୍କ ଟିକେ ପଡ଼ିଛି ଫିକା

ମିଶିନି ଧୂଳି ରେ

ରଂଗ ତ ସରିନି ଏବେ ସ୍ନେହର ତୂଳୀ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics