ସ୍ମୃତି
ସ୍ମୃତି
ସ୍ମୃତି ସବୁ ଭାସିଆସେ
ଡେଇଁ ଡେଇଁ ବିଲ ,ବଣ ,ନଈ
ସ୍ମୃତି ସବୁ ଲୁଚିଯାଏ
ଆକାଶ'ର ମେଘମାଳା ଛୁଇଁ ।
ସ୍ମୃତି ସବୁ ଉଡିଯାଏ
ଗାଆଁ ଦାଣ୍ଡେ ଗୋଧୂଳି ଲଗନେ
ସ୍ମୃତି ସବୁ ଛୁଇଁଯାଏ
ଏଇ ମୋର ଦେହ ଆଉ ମନେ ।
ସ୍ମୃତି ସବୁ ଅସଜଡ଼ା
ଆମ୍ବ ତୋଟା ଦୂର ତାଳବଣ
ସ୍ମୃତି ସବୁ ଅଲିଖିତ
କା'ର ଜନ୍ମ କାହାର ମରଣ ।
ସ୍ମୃତି ମୋର ସଜଫୁଲ
ପ୍ରିୟତମା ହସ ହସ ମୁହଁ
ସ୍ମୃତି ସେ ଦୁଃଖର ସାଥୀ
ଦେଇଗଲା ଅସରନ୍ତି ଲୁହ।
