STORYMIRROR

Gunanidhi Samal

Classics

3  

Gunanidhi Samal

Classics

ସ୍ମୃତି

ସ୍ମୃତି

1 min
198

ସ୍ମୃତି ସବୁ ଭାସିଆସେ 

ଡେଇଁ ଡେଇଁ ବିଲ ,ବଣ ,ନଈ

ସ୍ମୃତି ସବୁ ଲୁଚିଯାଏ

ଆକାଶ'ର ମେଘମାଳା ଛୁଇଁ ।

ସ୍ମୃତି ସବୁ ଉଡିଯାଏ

ଗାଆଁ ଦାଣ୍ଡେ ଗୋଧୂଳି ଲଗନେ

ସ୍ମୃତି ସବୁ ଛୁଇଁଯାଏ

ଏଇ ମୋର ଦେହ ଆଉ ମନେ ।

ସ୍ମୃତି ସବୁ ଅସଜଡ଼ା

ଆମ୍ବ ତୋଟା ଦୂର ତାଳବଣ

ସ୍ମୃତି ସବୁ ଅଲିଖିତ

କା'ର ଜନ୍ମ କାହାର ମରଣ ।

ସ୍ମୃତି ମୋର ସଜଫୁଲ

ପ୍ରିୟତମା ହସ ହସ ମୁହଁ

ସ୍ମୃତି ସେ ଦୁଃଖର ସାଥୀ

ଦେଇଗଲା ଅସରନ୍ତି ଲୁହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics