ତୋ କାର୍ଯ୍ୟ କରିବା ଭାଗ୍ୟ ଥିଲେହେବ
ତୋ କାର୍ଯ୍ୟ କରିବା ଭାଗ୍ୟ ଥିଲେହେବ
ତୋ କାର୍ଯ୍ୟ କରିବା ଭାଗ୍ୟ ଥିଲେ ହେବ
କିପରି କାଟିବି କହରେ କାଳିଆ
ତୋ ଗଢା ବିଚିତ୍ର ସଂସାରେ
ଧନଲୋଡା ନାହିଁ ଜନଲୋଡା ନାହିଁ
ପଥ କଢେଇ ନେ ତୁରେ
ଗଢିଲୁ ମଣିଷ ବୁଦ୍ଧି ଦେଲୁ ତାକୁ
ସୁବୁଦ୍ଧି, କୁବୁଦ୍ଧି, ଦୁର୍ବୁଦ୍ଧି
କାହିଁକି ଏମିତି କଲୁରେ କାଳିଆ
ସଂସାରେ ପଡେ ବିପତ୍ତି
ସୃଷ୍ଟିର ଶ୍ରେଷ୍ଠ ଜୀବ ତୁ କରିଲୁ
ଭିତରେ ଦୋଷ ବହୁତ
ଗୁଣ ଵେଶୀ ଦେଇ ଗଢିଥିଲେ ତାଙ୍କୁ
କରିଥାନ୍ତେ କାମ ହିତ
ସରଳ ଜୀବନ ଭଲ ଲାଗେନି କି
କରନ୍ତି ଯେତେ ଅଳିଆ
ଭାବନ୍ତି କି ନାହିଁ ପର ଜନ୍ମ ପାଇଁ
ରହିବ ତେତେ ବାକିଆ
କେଉଁ ଜନ୍ମେ ସିଏ କି ପାପ କରିଲେ
ହୋଇ କି ମଣିଷ ଜନ୍ମ
ନରାଧମ ପରି ବଞ୍ଚନ୍ତି ଏ ଜନ୍ମେ
ହୁଏ କହ କେଉଁ ପୁଣ୍ୟ
ସ୍ନେହ ପ୍ରେମ ପରି ଅମୂଲ୍ୟ ସମ୍ପଦ
କେଵେ ଵି ଵୁଝନ୍ତି ନାହିଁ
କେଉଁ ବଡ ପଣରୁ ଅହଂ ଭାବ କରି
ପାପେ ଵୁଡିଥାନ୍ତି ରହି
ତୋ ଗଢା ସୃଷ୍ଟିର ସୌନ୍ଦର୍ଯ୍ୟ ପାଇଁକି
ନେଇ ଯା ଦୋଷକୁ ସଵୁ
ଗୁଣ ଯେତେପାରୁ ଓଜାଡି ଦେଇ ଦେ
ଶାନ୍ତି ମନେ ତୋତେ ଭାଵୁ
ଵିଚିତ୍ର ସୃଷ୍ଟିକୁ ପଢିବା ପାଇଁ ମୋ
ମନ ବଳ ମାଗେ ତୋତେ
ତୋ ଠାରୁ କିଏ କହ ବୁଝିବରେ
ମଣିଷ ମନରୁ ହାତେ
ଜଗତରନାଥ ଆହେ ଜଗନ୍ନାଥ
ଭାବଵିନୋଦିଆ ପୁଣି
ଭାଵରେ ଭାବରେ ଵାନ୍ଧି ନେ ଵାରେ
ମଣିଷ, ସୁକର୍ମରେ ହେଉ ଗୁଣୀ
ପୂର୍ବ ଅଭିଶାପ ଆଶୀର୍ବାଦ ହୋଇ
ଵହିଯାଉ ଏ ଧରାରେ
ନଳ, ନୀଳଙ୍କର ଅଭିଶାପ ଯଥା
ଆସିଥିଲା ତୋ କାର୍ଯ୍ୟ ରେ
ତୋ କାର୍ଯ୍ୟ କରିବା ଭାଗ୍ୟ ଥିଲେ ହେଵ
ହନୁମାନ ପରି ଭକ୍ତ
ଛାତି ଫାଡି ଦିନେ ଦେଖାଇ ସେ ଥିଲେ
କିପରି ସେ ଥିଲେ ଶକ୍ତ
