STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ତୋ ଅପେକ୍ଷାରେ

ତୋ ଅପେକ୍ଷାରେ

1 min
234


ମୁଁ ଯାତ୍ରୀ ଟିଏ ନୁହେଁ

ତଥାପି ,

ରହିଛି ଅପେକ୍ଷା କରି

ଅପେକ୍ଷାରେ ମୋର ଦିନ ସରିଯାଏ

ଆଖି ଆକାଶରୁ ଲୋତକର ଧାର

ନିରବେ ପଡନ୍ତି ଝରି।

ତଥପି ,,,

ଅପେକ୍ଷାର ଅନ୍ତ ହୁଏ ନାହିଁ କେବେ

ସକାଳରୁ ସଞ୍ଜ ହୁଏ

ଲୁହ ଲହୁ ମୋର ଅତି ଆପଣାର

ସ୍ୱଦ ବିନ୍ଦୁ ହୋଇ ବୁହେ ।

ନିଶ୍ୱାସେ ବିଶ୍ୱାସ ନାହିଁ ବୋଲି ସିନା

ଭରସା ଯାଇଛି ଚାଲି

ତଥାପି ଅପେକ୍ଷା ଅନ୍ତ ହୋଇନି ମୋ

ଜୀବନଟା ଅଛି ବୋଲି।

କେତେଯେ ଯନ୍ତ୍ରଣା ହୃଦୟରେ ମୋର

ଛଟ ପଟ ହୁଏ ମନ

କାହାକୁ କହିବି ହୃଦୟ ବେଦନା

ତୋ'ଅପେକ୍ଷାରେ ସରେ ଦିନ ।

ତୋ'କଥା ଭାବି ବଢ଼ଇ କମ୍ପନ

ଫାଟି ଯାଏ ମୋର ଛାତି

ତୋ'ଅପେକ୍ଷାରେ ସରିଯାଏ ଦିନ

ଆଖି ଲୁହେ ଭିଜେ ରାତି ।

ତୋ'ଅପେକ୍ଷାରେ ବଦଳି ଗଲାଣି

ମୋ ଜୀବନର ରାସ୍ତା

ଅଦିନିଆ ଝଡ ସବୁ ନେଇ ଗଲା

କରି ମୋତେ ଆକ୍ତା ମାକ୍ତା ।

ବିଷାଦ ବଳୟେ ବଞ୍ଚିଛି ଖାଲି ଯା

ତୋ'ଅଭୁଲା ସ୍ମୃତି କୁ ନେଇ

କେତେ ଦିନ ଆଉ ବଞ୍ଚିବି ଏମିତି

ଆଖି ଲୁହ ପିଇ ପିଇ ????


Rate this content
Log in

Similar oriya poem from Tragedy