STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ତମକୁ ଦେଖିଲା ପରେ

ତମକୁ ଦେଖିଲା ପରେ

1 min
399


ତମକୁ ଦେଖିଲା ପରେ

ମୁଁ ଆଉ ନାହିଁ ମୋ ଭିତରେ

ସେଇ ଦୁଇ ଚକାଆଖି

ନିଏ ମତେ କେଣେ ଡାକି

ମୁଁ ଆତୁରେ ବିଭୋରେ ନିସ୍ତାରେ

ମନ ଲାଗୁନାହିଁ ନିଜ ସଂସାରେ

ପଥର ଖଣ୍ଡେ ମୁଁ ହୁଅନ୍ତିକି ରତ୍ନବେଦୀରେ

ଅଳପ ହସି ଚାହିଁ ଦେଉଥାନ୍ତି ମୁଗ୍ଧ ବିଭୋରେ

ହୁଅନ୍ତି ବଇଁଶୀ କାହ୍ନା ହାତରେ

ପାଦର ପାଉଁଜି ରାଧା ମାଆ ପଦ ପୟରେ

ତୁମ କଳାମୁଗୁନି ବେଶ ମୁଁ ଦେଖିଲା ପରେ

ପ୍ରେମ ଭକ୍ତିରେ ମରେ

ମୀରା ବୋଲି ଭାବି ନିଜକୁ ଥରେ

କାଳିଆ ଆଖିରେ ଆଖି ମିଶିଲା ପରେ

କାହ୍ନୁ ପାଖେ ଓଦା ଆଖିରୁ ମୋ ଲୁହ ଝରେ

ସେଇ କଦମ୍ବ ବନର ବିରହିଣୀ ରାଧିକା ହେବାକୁ ଥରେ

କିଏ ଦେଲା କଳା ଝୁରି ମରେ ବାଳା

ବୟସ ଭାରେ କାଲି ଆଜି ଆଉ ଆସନ୍ତାକାଲି

ମୁଁ ନାହିଁ ଆଉ ମୋ ଭିତରେ

ଏବେ ଏବେ ତୁମ କଟକଣା ମନ୍ଦିର ବେଢାରେ

ଦେଖି ମୁଁ ପାରୁନି ତୁମକୁ ଥରେ ମୋ ଆଗରେ

ରଥକୁ ଭାବିଛି ବଡଦାଣ୍ଡରେ

ଆଖି ପୁରାଇ ତୁମକୁ ଦେଖୁ ଦେଖୁ ଯାଆନ୍ତି ସ୍ବର୍ଗଦ୍ୱାରେ

ଏହି ଅଳି ପ୍ରଭୁ ଶ୍ରୀ ଛାମୁରେ

କେମିତି କହିବି ମନ ଓ ହୃଦୟ ତୁଳସୀ ତୁଳସୀ

ଚନ୍ଦନ ଦୟାଣା ଅଗରୁ କସ୍ତୁରୀ ମହକ

ନେଇ ଶ୍ରୀଅଙ୍ଗରେ ଲେପି ଦିଅନ୍ତି ଥରେ

ରାଧା ମୀରା ଅବା ଲଷ୍ମୀ ନହୁଏ

ହୁଅନ୍ତି ଯଶୋଦା ଥରେ

ଦେବକୀ ପରି ଅନ୍ତର ଝୁରେ

ରାମାୟଣେ ତିନି ମାଆ ଭିତରେ

କହନ୍ତି କାହ୍ନୁରେ ରାମ ଅବତାରେ

କୋଳରେ ଧରିଲୁ ଚାରିଭାଇ ସିନା ରାମଙ୍କୁ

ଦେବତା କରିବା ଆଶା ଓ ଲକ୍ଷରେ

ବିଭାଜିତ ଆମେ ତିନି ରୂପ ଗୋଟିଏ ସୂତ୍ରରେ

ଏ କଳ୍କୀ ଅବତାରେ କହିଦେବି ଜଗନ୍ନାଥ କର୍ଣ୍ଣାଗୋଚରେ

ଅବତାରେ ଅବତରୀ ଦିବ୍ୟଦୃଷ୍ଟି ଭରି ଚାହିଁ ଦିଅ ହରି

ତରି ଯାଏ ମୁଁ ତୁମକୁ ଦେଖିଲା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics