ତମକୁ ଦେଖିଲା ପରେ
ତମକୁ ଦେଖିଲା ପରେ
ତମକୁ ଦେଖିଲା ପରେ
ମୁଁ ଆଉ ନାହିଁ ମୋ ଭିତରେ
ସେଇ ଦୁଇ ଚକାଆଖି
ନିଏ ମତେ କେଣେ ଡାକି
ମୁଁ ଆତୁରେ ବିଭୋରେ ନିସ୍ତାରେ
ମନ ଲାଗୁନାହିଁ ନିଜ ସଂସାରେ
ପଥର ଖଣ୍ଡେ ମୁଁ ହୁଅନ୍ତିକି ରତ୍ନବେଦୀରେ
ଅଳପ ହସି ଚାହିଁ ଦେଉଥାନ୍ତି ମୁଗ୍ଧ ବିଭୋରେ
ହୁଅନ୍ତି ବଇଁଶୀ କାହ୍ନା ହାତରେ
ପାଦର ପାଉଁଜି ରାଧା ମାଆ ପଦ ପୟରେ
ତୁମ କଳାମୁଗୁନି ବେଶ ମୁଁ ଦେଖିଲା ପରେ
ପ୍ରେମ ଭକ୍ତିରେ ମରେ
ମୀରା ବୋଲି ଭାବି ନିଜକୁ ଥରେ
କାଳିଆ ଆଖିରେ ଆଖି ମିଶିଲା ପରେ
କାହ୍ନୁ ପାଖେ ଓଦା ଆଖିରୁ ମୋ ଲୁହ ଝରେ
ସେଇ କଦମ୍ବ ବନର ବିରହିଣୀ ରାଧିକା ହେବାକୁ ଥରେ
କିଏ ଦେଲା କଳା ଝୁରି ମରେ ବାଳା
ବୟସ ଭାରେ କାଲି ଆଜି ଆଉ ଆସନ୍ତାକାଲି
ମୁଁ ନାହିଁ ଆଉ ମୋ ଭିତରେ
ଏବେ ଏବେ ତୁମ କଟକଣା ମନ୍ଦିର ବେଢାରେ
ଦେଖି ମୁଁ ପାରୁନି ତୁମକୁ ଥରେ ମୋ ଆଗରେ
ରଥକୁ ଭାବିଛି ବଡଦାଣ୍ଡରେ
ଆଖି ପୁରାଇ ତୁମକୁ ଦେଖୁ ଦେଖୁ ଯାଆନ୍ତି ସ୍ବର୍ଗଦ୍ୱାରେ
ଏହି ଅଳି ପ୍ରଭୁ ଶ୍ରୀ ଛାମୁରେ
କେମିତି କହିବି ମନ ଓ ହୃଦୟ ତୁଳସୀ ତୁଳସୀ
ଚନ୍ଦନ ଦୟାଣା ଅଗରୁ କସ୍ତୁରୀ ମହକ
ନେଇ ଶ୍ରୀଅଙ୍ଗରେ ଲେପି ଦିଅନ୍ତି ଥରେ
ରାଧା ମୀରା ଅବା ଲଷ୍ମୀ ନହୁଏ
ହୁଅନ୍ତି ଯଶୋଦା ଥରେ
ଦେବକୀ ପରି ଅନ୍ତର ଝୁରେ
ରାମାୟଣେ ତିନି ମାଆ ଭିତରେ
କହନ୍ତି କାହ୍ନୁରେ ରାମ ଅବତାରେ
କୋଳରେ ଧରିଲୁ ଚାରିଭାଇ ସିନା ରାମଙ୍କୁ
ଦେବତା କରିବା ଆଶା ଓ ଲକ୍ଷରେ
ବିଭାଜିତ ଆମେ ତିନି ରୂପ ଗୋଟିଏ ସୂତ୍ରରେ
ଏ କଳ୍କୀ ଅବତାରେ କହିଦେବି ଜଗନ୍ନାଥ କର୍ଣ୍ଣାଗୋଚରେ
ଅବତାରେ ଅବତରୀ ଦିବ୍ୟଦୃଷ୍ଟି ଭରି ଚାହିଁ ଦିଅ ହରି
ତରି ଯାଏ ମୁଁ ତୁମକୁ ଦେଖିଲା ପରେ ।
