STORYMIRROR

Bibhuti Bhusan Mohanty

Romance Tragedy

3  

Bibhuti Bhusan Mohanty

Romance Tragedy

ତମେ

ତମେ

1 min
268

ତମେ ତ ସବୁବେଳେ

ମୋ ସାଥୀରେ ରହିଅଛ

ମୋ ଚିନ୍ତାରେ ,ମୋ ଚେତନାରେ

ଭାବନାରେ,କଳ୍ପନାରେ

ପୁଣି ହୃଦୟର ଅନ୍ତିମ ପ୍ରଦେଶରେ...!!


ତମେଇତ ମୋ କବିତା

ଚିର ଇପସିତା ସଦା ପୁଷ୍ପିତା

ମୋର ପ୍ରାଣଧିକା ପ୍ରିୟତମା

ଅନନ୍ୟା, ଅନବଦ୍ୟା,ଅନୁପମା..!!


ଚିରକାଳ ତମେ ମୋର

ସେଇ କବିତା ହୋଇ ରହିଥାଅ

ସ୍ୱପ୍ନ ନାୟିକା ହୋଇ ଆସୁଥାଅ

ମୋ କଳ୍ପନାରେ ଭାସୁଥାଅ...!!


ମୁଁ ତୁମକୁ ବନିତା ହେବାକୁ ଦେବିନି

ନଦେଖିବି ଦେଖୁଥିବି

କିଛି ନକହିଲେ ବି

ଅନେକ କିଛି ଅନୁଭବୁଥିବି

ସେଇ ମୁଗ୍ଧ ଅନୁଭବର ଛବି

ମୋ କଲମ ମୁନରେ ଆଙ୍କୁଥିବି...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance