STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ତଳ ପାହାଚର ମଣିଷ

ତଳ ପାହାଚର ମଣିଷ

1 min
352

ମୁଣ୍ଡ ଉପରେ ଆକାଶ

କେବଳ ଦେଖି ହୁଏ ସିନା ଛୁଇଁ ହୁଏନି

ତଳ ପାହାଚର ମଣିଷ ତୁମେ

ଧରିବାକୁ ବୃଥା ଚେଷ୍ଟା କେବେ କରନି

ତୁମ ନିଶ୍ଵାସର ପବନ ଭରି

ଉଡୁଛନ୍ତି ସେମାନେ ବେଲୁନ ଭଳି


ତୁଠ ପଥର ସାଜିଛ

କାହିଁ କେଉଁ କାଳରୁ 

ଯେ ତାର ସୀମା ନାହିଁ

ଅଭିଶପ୍ତା ଅହଲ୍ୟା ସାଜି 

ଅପେକ୍ଷା କରିଛ କାହାକୁ

ଆସିବେନି କେଉଁ ରାମଚନ୍ଦ୍ର


ଗଣିକାର ଫମ୍ପା ଗର୍ଭାଶୟେ

ସ୍ଵପ୍ନ ଦେଖନି କେବେ ସନ୍ତାନଟିର

କୂଳବଧୂସାଜି କେହି ଜାଳିବେନି

ସଞ୍ଜସଳିତା ଶୁଭ ମନାସୀ ଚଉରାମୂଳେ


ଦୁଃଶାସନ କରିଚାଲିବ ବସ୍ତ୍ରହରଣ

କୁରୁସଭାସଦଗଣ ନିରବ ଦର୍ଶକ ସାଜି

ହସିହସି ପରସ୍ପର ହାତ ମିଳାଇ

ରକ୍ଷକ ଏଠି ଭକ୍ଷକ ପାଲଟିଯାଏ

ପରସ୍ପର ଖାଇଛନ୍ତି ପରା ପାପ ଅନ୍ନକୁ


କେହି ଆଉ ମାଗିବେନି ତୁମ ବିଜୟ ପାଇଁ

ଛଦ୍ମବେଶେ କର୍ଣ୍ଣଠାରୁ କୁଣ୍ଡଳ କବଚ

ଭୀଷ୍ମମାନେ ଭୁଲିଯିବେ ପ୍ରତିଜ୍ଞା ତାଙ୍କର

ଛାଡିବେ ଅସ୍ତ୍ର ଦେଖି ବି ମୁଁହ ଶ୍ରୀଖଣ୍ଡୀର 


ହେ ତଳ ପାହାଚର ମଣିଷ

ନିଜ ଶିଙ୍ଗେ ମାଟି ତାଡି ଶିଖ

ହାତ ସହ ହାତ ମିଳାଇ ଏକାଠି

ଦେଖିବ ଦିନେ ଫେରିବେ ସମସ୍ତେ ପାଖକୁ

ଧନ ଯୌବନ କ୍ଷମତା କ୍ଷଣସ୍ଥାୟୀ

ତୁମ ଘନ ଘନ ଖର ନିଶ୍ଵାସେ

ପାଣି ଫୋଟକା ପରି 

କେତେ ସମୟ ବା ଲାଗିବ

ବୁଦ ବୁଦ ହୋଇ ମିଳାଇଯିବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract