ତିନି ଦିନର କୁଣିଆ
ତିନି ଦିନର କୁଣିଆ
ଦୁନିଆଁ ,,,ଦୁନିଆଁ,,,ଦୁନିଆଁ
ଦୁନିଆଁ ଦୁଇଟି ନିଆଁ
ଜନମ ଏନ୍ତୁଡ଼ି ନିଆଁ
ମରଣେ ଜୁଇର ନିଆଁ
ଏ ଦୁଇ ନିଆଁ ରେ ଗଢା
ମିଛ ଏଇ ଦୁନିଆଁ।
ଆସି ଅଛୁ ଦିନେ ଜନନୀ ଗରଭୁ
କୁଆଁ କୁଆଁ ରାବ ଦେଇ
କୋହମ୍ କୋହମ ରଡ଼ି ଛାଡ଼ୁ ଥିଲୁ
ଅବତରି ଧରା ଭୂଇଁ
ପୁଣି ଚାଲି ଯିବୁ ଏ ଧରା ଧାମ ରୁ
ପରି ଜନ ଙ୍କୁ କନ୍ଦେଇ
ଜାଣି ଥା ମିଛ ମାୟା ଏ ଦୁନିଆଁ
ଦୁନିଆଁ, ।
ଆସିଥିଲୁ ଦିନେ ଚାଲି ଯିବୁ ଦିନେ
ମଝିରେ ଗୋଟିଏ ଦିନ
ମାୟା ଜଞ୍ଜାଳ ରେ ବୁଡି ଏ ସଂସାରେ
ସରିଗଲା ତୋ ଜୀବନ
ଯାହା ଅରଜିଛୁ ଛାଡ଼ି ଚାଲି ଯିବୁ
ପାଣି ଫୋଟକା ଜୀବନ
ତୁ ତ ତିନି ଦିନର କୁଣିଆ।
ଦୁନିଆଁ ଦୁଇଟି ନିଆଁ ।
