STORYMIRROR

Kabiratna Nutan Kumar Behera

Action Inspirational

3  

Kabiratna Nutan Kumar Behera

Action Inspirational

ତୀର୍ଥ

ତୀର୍ଥ

1 min
201


ଆଧ୍ୟାତ୍ମିକ ଚେତନାର ଏକ ପୁଣ୍ୟ ପୀଠ

ସୁନ୍ଦର ମନୋରମ ଯା'ର

ପ୍ରାକୃତିକ ପରିବେଶ,

ମନ୍ଦିର ମସଜିଦ୍ ଗିର୍ଜା

ଦେବା ଦେବୀଙ୍କ ଆସ୍ଥାନ ଅବା ଆଶ୍ରମ

କି ଗୁରୁଦ୍ଵାର

ଯହିଁ ପବିତ୍ର ମନେ

ଭକ୍ତବୃନ୍ଦବୃନ୍ଦା କରନ୍ତି ପ୍ରବେଶ।

ବହୁ ପ୍ରାଚୀନ କାଳରୁ ମୁନି ଋଷିଗଣଙ୍କ

ମହତ ଉଦ୍ଦେଶ୍ୟେ ହୋଇଛି ପ୍ରତିଷ୍ଠା,

ତୀର୍ଥ ସ୍ଥାନ ଭାବେ ସେ ସବୁ ବିଖ୍ୟାତ

ସେ ସ୍ଥାନ କରି ଦର୍ଶନ

ବ୍ୟକ୍ତି ବିଶେଷ ପାଳନ୍ତି ନିଷ୍ଠା।

ମଣିଷ ହୃଦୟେ ରହିଛି ଭରସା ବିଶ୍ଵାସ

ତୀର୍ଥ କଲେ ମିଳଇ ମୋକ୍ଷ,

ପାପ ତାର କ୍ଷୟ ହୁଏ ପାଏ ସେ ପୁଣ୍ୟ

ସାଧିତ ହୁଏ ତା' ଜୀବନ ଲକ୍ଷ୍ୟ।

ତୀର୍ଥର ତିନି ଅଂଶ

କାମ ଅର୍ଥ ଧର୍ମ,

ସାକାର ହୁଏ ସବୁ କଲେ ସୁକର୍ମ।

ପରିଭ୍ରମଣ ପର୍ଯ୍ୟଟନେ ଲୋଡ଼ା

କାମନା(ଇଚ୍ଛା) ଅର୍ଥ

ଧାରଣେ ତାର ଧର୍ମ ପାଳନ,

ଦିବ୍ୟ ଚେତନାରେ ଆଣେ ଜାଗରଣ।

ମାନସିକତା ରହେ ଯେବେ ସମୂହ କଲ୍ୟାଣେ,

ହୃଦେ ଆସେ ଶାନ୍ତି ସନ୍ତୋଷ ଅନୁକ୍ଷଣେ।

ମନ ପ୍ରାଣ ଆତ୍ମା ତ୍ରିଶକ୍ତିର ସମାବେଶ

ତାର ସଂସ୍କାରର ମାର୍ଗ ଅଟେ ତୀର୍ଥ,

ପରଂବ୍ରହ୍ମ ମହାଚେତନାର ସେ ଅଂଶ ଏକ

ଆତ୍ମଦର୍ଶନେ ହୁଏ ତାଙ୍କର ସାକ୍ଷାତକାର

ମୋକ୍ଷ ପାଇବାକୁ ହୁଏ ସେ ସାମର୍ଥ।

"ସକଳ ତୀର୍ଥ ତୋ ଚରଣେ,

ବଦ୍ରିକା ଯିବି କି କାରଣେ" ?

ସୂଚାଇ ଦିଏ ଭାଗବତର ମହତ ବାଣୀ

ଅନୁଭବେ ତାର ମୁକ୍ତି ପାଏ ପ୍ରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action