STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଥୁଣ୍ଟା ଗଛର ବ୍ୟଥା

ଥୁଣ୍ଟା ଗଛର ବ୍ୟଥା

1 min
198

ଜୀବନ ସଂଗ୍ରାମେ ଝାଉଁଳି ପଡ଼ି ସେ

କ୍ଳାନ୍ତ ଚେହେରା ତା ଦେଖୁଛି

ସ୍ଥିର ଜଳେ ତାର ପ୍ରତିବିମ୍ବ ଦେଖି

ତା ବିତିଲା ଅତୀତ ଭାବୁଛି। 


ଅଦୂରେ ଶୋଭିତ ସୁରମ୍ୟ ପ୍ରସାଦ

ଆଖି ଝଲସାଇ ଦେଉଛି,

କଙ୍କାଳସାର ସେ ବୃକ୍ଷ ଅବସନ୍ନ

ଆଲୋଡ଼ା ଜୀବନ ବୋହୁଛି।


ସହରୀ ଆଲୋକେ ଉପସ୍ଥିତି ତାର

ଆଖିରେ ଅସହ୍ୟ ହେଉଛି,

ନିୟତି କୃପାରେ ବଳକା ଆୟୁଷ

ଧରି ତା କର୍ତ୍ତବ୍ୟ କରୁଛି।


ନ ବସୁ ପଛକେ କୋକିଳ ତା ଡାଳେ

ପଥିକ ନବସୁ କେହି,

ନିଜ ଜୀବନକୁ ସାର୍ଥକ କରେ ସେ

ତ୍ୟାଗର ପ୍ରତୀକ ହୋଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract