ଥୁଣ୍ଟା ଗଛର ବ୍ୟଥା
ଥୁଣ୍ଟା ଗଛର ବ୍ୟଥା
ଜୀବନ ସଂଗ୍ରାମେ ଝାଉଁଳି ପଡ଼ି ସେ
କ୍ଳାନ୍ତ ଚେହେରା ତା ଦେଖୁଛି
ସ୍ଥିର ଜଳେ ତାର ପ୍ରତିବିମ୍ବ ଦେଖି
ତା ବିତିଲା ଅତୀତ ଭାବୁଛି।
ଅଦୂରେ ଶୋଭିତ ସୁରମ୍ୟ ପ୍ରସାଦ
ଆଖି ଝଲସାଇ ଦେଉଛି,
କଙ୍କାଳସାର ସେ ବୃକ୍ଷ ଅବସନ୍ନ
ଆଲୋଡ଼ା ଜୀବନ ବୋହୁଛି।
ସହରୀ ଆଲୋକେ ଉପସ୍ଥିତି ତାର
ଆଖିରେ ଅସହ୍ୟ ହେଉଛି,
ନିୟତି କୃପାରେ ବଳକା ଆୟୁଷ
ଧରି ତା କର୍ତ୍ତବ୍ୟ କରୁଛି।
ନ ବସୁ ପଛକେ କୋକିଳ ତା ଡାଳେ
ପଥିକ ନବସୁ କେହି,
ନିଜ ଜୀବନକୁ ସାର୍ଥକ କରେ ସେ
ତ୍ୟାଗର ପ୍ରତୀକ ହୋଇ।
