STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
198

ଆମ ଗାଁ ପୋଖରୀ ହୁଡାରେ

କେଉଁ କାଳୁ ଥୁଣ୍ଟା ଗଛ ଅଛି ମୁକ ସାକ୍ଷୀ।

ରାଜା ରାଜୁଡା ମୋଗଲ ଅଂଗ୍ରେଜ ଶାସନ

ତା ଜୀବନ କାଳରେ ଦେଖିଛି।।


ବର୍ଷ ପରେ ବର୍ଷ ବିତି କେତେ ଯୁଗ ଗଲା

ତା ଆୟୁଷ ଜାଣିଛି ବା କିଏ !

ମହାଦ୍ରୁମ କଳ୍ପବୃକ୍ଷ କହନ୍ତି ଜଗତେ 

ପଚାରିଲେ କିଛି ତ ନ କହେ।।


ଶହେ ବରଷର ବୁଢା ସନିଆ ଦଳେଇ

କହି ଥୁଣ୍ଟା ଗଛର ବୃତ୍ତାନ୍ତ ।

ଆତ୍ମହରା ହୁଅନ୍ତି ସେ ସ୍ମୃତିକୁ ସୁମରି

ତାଙ୍କ ବାଲ୍ୟ ଯୌବନ ଚରିତ।।


ଦିନେ ଶାଖା ପ୍ରଶାଖାରେ ସବୁଜିମା ଭରା

ହସୁଥିଲା ମୁରୁକି ମୁରୁକି।

ତା ଡାଳରେ ବସାବାନ୍ଧି କରନ୍ତି ବିଶ୍ରାମ

ଜାତି ଜାତି ବହୁରଂଗୀ ପକ୍ଷୀ ।।


ତା ଛାଇରେ ଖରା ବର୍ଷା ଶୀତ କାକରରେ

ଦୁର ଗାଁ ବାଟୋଇ ଭିକାରୀ ।

ଯୋଗୀ ବଇରାଗୀ ତୋଷେ ଦିଅନ୍ତି ଆଶିଷ

ନିଜ ପଥଶ୍ରମ ଦୁରକରି ।।


ଡାଳମାଙ୍କୁଡି ଖେଳିଛି ତା'ଘଞ୍ଚ ଶାଖାରେ

ଖେଳେ କେତେ ଚାଷ୍-ପତା ପାଲି ।

ବାପା ଜେଜେ ଖେଳୁଥିଲେ ଏହି ଗଛମୂଳେ

ଗଛ ଉପକାର ସ୍ନେହ ପାରିବିନି ଭୁଲି।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract