STORYMIRROR

Sudhansu Sekhar Jena

Inspirational

3  

Sudhansu Sekhar Jena

Inspirational

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
139

ଏକ ଥୁଣ୍ଟା ବରଗଛ ପାଖେ ହେଇଥିଲା ଠିଆ 

ଦେଖି ନଥିଲା ସେ କଳଙ୍କିତ ଦୁନିଆ।


ହେଇଥିଲା ଯେବେ ସେ ପ୍ରାପ୍ତ ବୟସର 

ଦେଖିଥିଲା ସେ ସପନ ନୂଆ ଦୁନିଆର।


ଜାଣି ନ ଥିଲା ସେ ଦୁନିଆର ରାଜନୀତି 

ପଢ଼ି ଚାଲି ଥିଲା ରାମାୟଣ ଓ ଚଉପତି।


ସମାଜ ଅଗରେ ସେ ସାଜି ଯାଇଥିଲା

ଯେବେ କୁନି ଗୁଣ୍ଡୁଚି ମୂଷା  

ସମାଜର ଲୋକ ରଖି ଦେଲେ 

ତା ଠୁଁ ଅନେକ ଆଶା।


ଦିନରାତି ଏକ କରି ଗଢ଼ି ପାରିଥିଲା

ସେ ଏକ ସପନର ନଗରୀ 

ଜାଣି ନଥିଲା ସେ ସପନର

ନଗରୀ ହବ ଦିନେ ଚୁରମାର।


ସମାଜର କିଛି ମାନ୍ୟ ଗଣ ବ୍ୟକ୍ତି

ପକେଟ ଗରମ କରିବେ ତାଙ୍କର।


ଭାବିଲା ସେ ଦିନେ ସପନ ହେଲା

ନାହିଁ ମୋର ସିନା ସତ 

ଏକ ଥୁଣ୍ଟା ବରଗଛ ପରି ଠିଆ ହେଇ

ଦେଖି ମୁଁ ପାରିବି ଦୁନିଆରେ

ଚାଲିଛି କେତେ ସତ କେତେ ମିଛ।

କବିତା ଭଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational