STORYMIRROR

Sudhansu Sekhar Jena

Others

3  

Sudhansu Sekhar Jena

Others

ଅମାନିଆ ବର୍ଷା

ଅମାନିଆ ବର୍ଷା

1 min
151

ଅମାନିଆ ବର୍ଷାରେ,

ଭିଜି ଯାଇଥିବା ତୁମ ଦୁଇ ଆଖି।

ଆଖି ଧାର ରେ,

ସେ କଜଳର ଗାର।

ସତେ ଯେମିତି

ମନ କିଣି ନେଉଥିଲା ମୋର।


ତୁମ ପାଦ ପଦ୍ମରେ,

ଛମ୍ ଛମ୍ ପାଉଁଜି ସ୍ୱର।

ମୋ ମନକୁ ଟାଣି ନେଇଥିଲା,

ତୁମ ପାଖକୁ ବାର ବାର।


ଆଉ ସେ ଓଦା ଓଦା ଆଖିରେ,

ଅସୁମାରୀ ସ୍ବପ୍ନର ଝଲସା,

ଦେଖିବା ପାଇଁ,

ନଥିଲା ମୋର ସାହସ।


ଓଦା ଆଖି ତଳେ,

ମୁରୁକି ହସୁଥିବା ଓଠଟିଏ।

ସତେ ଯେମିତି ଡାକି କହୁଥିଲା,

ମୁଁ ତୁମକୁ କେତେ ଭଲ ପାଏ।


ଖୋଜି ବୁଲୁଥିଲି ସବୁଠି ତୁମକୁ,

ପାଇ ନଥିଲି କେଉଁଠାରେ। 

ଅମାନିଆ ବର୍ଷାରେ ଭିଜୁଥିଲି ଯେବେ,

ଭିଜେଇ ଦେଇ ଗଲ ଏ ଦୁଇ ଆଖିକୁ ତୁମ ସପ୍ନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍