STORYMIRROR

Sudhansu Sekhar Jena

Others

3  

Sudhansu Sekhar Jena

Others

ସମ୍ପର୍କ

ସମ୍ପର୍କ

1 min
134

କାହାଣୀ ତାର ଭାବନା ମୋର,

ପ୍ରେମ ର ନାଁ ଅଢେ଼ଇ ଅକ୍ଷର।

ଭାବନା ର ସିନ୍ଧୁ ଯାଇଥାଏ ବହି,

ହାତ ବଢ଼ାଇଲେ ରୋକି ପାରିବେ କି କେହି।


ସବୁ ଥାଇ ଲାଗେ କେହି ନାହିଁ ପାଖେ,

ସେ ଆସିଗଲେ ଲାଗେ ସବୁ କିଛି ଅଛି ମୋର ପାଖେ।

ଆକାଶ ନିର୍ମଳ ସମୁଦ୍ର ନିର୍ମଳ,

ମୋ ଭଲ ପାଇବା ସହ ସମୟ ଖେଳିଲା ଯେ ଖେଳ।


କିଛି ଦିନ ରେ ଅଭୁଲା ସ୍ମୃତି,

ସାତ ସିନ୍ଧୁକ ରେ ରହିଥିଲି ସାଇତି।

ଭାବିଥିଲି ମୁଁ ସବୁ କିଛି ଭୁଲି ତ ଯିବି,

ପ୍ରଥମ ପ୍ରେମ କୁ କେବେ ଭୁଲିକି ପାରିବି।


କିଛି ଦୋଷ ମୋର କିଛି ଦୋଷ ତାର,

ସମୟ ରଚିଥିଲା ଏ ପ୍ରେମ କାହାଣୀର।

ନଦୀ ର ପାଣିକୁ ରୋକିକି ପାରିବ,

ଘଣ୍ଟା ର କଣ୍ଟା ବାନ୍ଧିକି ପାରିବ।

ଏ କିଛି ଦିନ ତଳେ ହୋଇଛି ପ୍ରେମ କାହାଣୀ ର ସମାପ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍