STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ଥରେ ଭାବିଲେ

ଥରେ ଭାବିଲେ

1 min
11.6K

ଅଥଳ ସାଗରରେ ବୁଡିରହିଥିବା 

ଜୀବଟି ବୁଝିପାରେନି 

ଠୋପାଏ ଜଳର ମହତ୍ୱ 

କେବେ ମରୁଭୂମିର ଛୋଟଦ୍ରୁମକୁ 

ପଚାରିଦେଖ ଜୀବନଟା 

କେତେ କଷ୍ଟକର ଓ ଗଭୀର, 


ମିଛମାୟାରେ ବୁଡି ମଣିଷ ବୁଝେନା 

ଜୀବନର ଚରମ ଲକ୍ଷ୍ୟ 

ସମୟ ବିତିଲେ ଧୋକା ଖାଇଗଲେ 

ଭାବିବସେ ଏହି ଆଲେଖ୍ୟ


କେବେ ଆତ୍ମାକୁ ପଚାରିଦେଖ

କଣ ତା'ର ପରିଚୟ 

ସଂସାରର ଏଇ ରଙ୍ଗମଞ୍ଚ ରେ 

କଣ ତା'ର ଅଭିନୟ


ଜଳାଶୟ ବାହାରେ ଛଟପଟ ମାଛ 

ବୁନ୍ଦାଏ ଜଳର ଆଶାୟୀ 

ଠିକ ସେହିପରି ଘନ ଅନ୍ଧକାରେ 

ଛୋଟ ଦୀପଶିଖା ସବୁରି


ତଥାପି ମଣିଷ ନିଜର ବୋଲି 

କଳି କରେ ଦାବି କରେ 

ହାସଲ କରିବାପାଇଁ କୌଶଳ କରେ 

ହେଲେ ବୁଝେନା ସେ ତ ନିଜର ନୁହେଁ 

ସେତ' ପ୍ରକୃତି ହାତର ମାୟା କଣ୍ଢେଇ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract