Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଥକିବନି କବି କଲମ ମୂନ

ଥକିବନି କବି କଲମ ମୂନ

1 min
414



କବିଙ୍କ କଲମ ସମ୍ଭାବନାମୟ

ସାହିତ୍ୟ ଜୀବନ ଉତ୍ସ

ପବିତ୍ର ଜାହ୍ନବୀ ନଦୀ ସ୍ରୋତସ୍ୱନୀ

ପ୍ରବହେ ସଲୀଳ ସ୍ୱଚ୍ଛ ।


ତ୍ରିଦୋଷ ତ୍ରିକାଳ କଳ୍ମୁଷ ଦୂଷଣ

କରଇ ଅବଶୋଷଣ

ତୀର ଉପକୂଳ ହସେ ଫୁଲଫଳେ

ଉନ୍ମେଷେ ଜୀବନ ପ୍ରାଣ ।


ସତ୍ୟ ସୁସଙ୍କଳ୍ପେ ହୁଏ ଅଗ୍ରସର

ବନ୍ଧୁର ପ୍ରସ୍ତର ଭେଦି

ଜ୍ଞାନର ଅନନ୍ତ ପାରାବାର ଛୁଏଁ

ଉଦ୍ଭବେ ଜୀବନୀ ଶକ୍ତି ।


ସବୁଜ ସୁନ୍ଦର ଜୀବନ ଆଧାର

ସୃଷ୍ଟିର ଆଦି ଓମ୍ କାର

ସୃଜଇ ବିଜ୍ଞାନ କବିର କଲମ

ଦର୍ଶନ ଓ ବେଦଶାସ୍ତ୍ର ।


ଥକିପଡେ ନାହିଁ କଲମର ମୂନ

ଶତବାଧା ପ୍ରତିବନ୍ଧେ

ବଲମ ଠାରୁ ବି ହୋଇ ଶକ୍ତିଶାଳୀ

ଦୁର୍ଗତିର ବକ୍ଷଚ୍ଛେଦେ ।


ଥକି ନାହିଁ କେବେ ଥକିଯିବ ନାହିଁ

କବିର କଲମ ମୂନ

ଚିରି ଅନ୍ଧକାର ବୁଣିବ ଆଲୋକ

ସଙ୍କଳ୍ପ ସତ୍ୟ ସନ୍ଧାନ ।


Rate this content
Log in

Similar oriya poem from Action