STORYMIRROR

Jayashree Das

Inspirational

4  

Jayashree Das

Inspirational

ତେଜସ୍ୱିନୀ

ତେଜସ୍ୱିନୀ

1 min
273

କେବେ ସେ ଜନନୀ କେବେ ସେ ଭଗିନୀ,

କେବେ ଜାୟା କେବେ କଲ୍ୟାଣୀ,

କେବେ କନ୍ୟାରତ୍ନ କେବେ ସେ ଚିତ୍ରିତ,

ଦୁଇ କୂଳ ଦିଏ ଉଦ୍ଧାରି।


ହୋଇ କାଦମ୍ବରୀ ନିଶା ଦିଏ ଭରି

କେବେ ହୁଏ ବୈତରଣୀ,

ଜୀବନ ନାଆରେ ସୁଦକ୍ଷ ନାଉରୀ

ମମତାର ଚାରୁ ଭାଷିଣୀ।


ଭୂବନମୋହିନୀ ସଂସାର ପାଳିନୀ

ସୃଷ୍ଟି ସରଞ୍ଚନୀ ନାରୀ,

ସେହି ମା ବରଦା ସେହି ମା ଶାରଦା

ହୁଅଇ ଦୁର୍ଗତିନାଶିନୀ ।


ସାଜଇ କାଳିକା କେବେ ସେ ଚଣ୍ଡୀକା

କେବେ ଦୁର୍ଗା ଲକ୍ଷ୍ମୀ ମାତା ,

ସବୁ ରୂପରେ ସେ ଚୀର ନମସ୍ୟା

ପୂଜ୍ୟାମାତା ସୃଷ୍ଟିପ୍ରଦା।


କ୍ରାନ୍ତିକାରିଣୀ ସ୍ନେହ ପ୍ରଦାୟିନୀ

ଲକ୍ଷ୍ମୀବାଇ ପୁଣି ଗାର୍ଗୀ,

ରାଣୀ ଶୁକଦେଇ ସୁନ୍ଦରୀ ପଦ୍ମିନୀ

ପବିତ୍ରତା ଉଠେ ଶ୍ରବି।


ସୀତା ସାବିତ୍ରୀ ସେ ଯେ ଅନସୂୟା

ସେହି ଅଟେ ଲକ୍ଷହୀରା,

ମଦର ଟେରେସା ଭଗ୍ନୀ ନିବେଦିତା

ଯାଜ୍ଞସେନୀ ବହ୍ନିକନ୍ୟା।


ନନ୍ଦିନୀ ଇନ୍ଦିରା ସେହି ଯେ ଦ୍ରୌପଦୀ

ପାଳନ କରଇ ଦେଶ,

ଦଶ୍ୟୁନାୟିକା ତା' ହାତରେ ବନ୍ଧୁକ

ଅଗ୍ନିର ସ୍ପୁଲିଙ୍ଗ ବେଶ।


ଅବଳା ଦୁର୍ବଳା ନୁହଁଇ ଏ ନାରୀ

ଅନ୍ତରୀକ୍ଷ କନ୍ୟା ସିଏ,

ତ୍ୟାଗପୂତ ପୂଣ୍ୟ ଜୀବନ ତାହାର

ଦେବାରେ ଆନନ୍ଦ ପାଏ।


ଜଳିଜଳି ନିଜେ ଆଲୋକ ଦେଖାଏ

ହୋଇଥାଏ ସଞ୍ଜବତୀ,

ଶୁଭ ବରଣା ସେ ନିଜେ ଜଳି ଜଳି

ଦେଖାଏ ଆଲୋକ ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational