STORYMIRROR

Lokesh Kumar Jena

Inspirational

3  

Lokesh Kumar Jena

Inspirational

ତାରୁଣ୍ୟ

ତାରୁଣ୍ୟ

1 min
193

ଜୀବନେ ଆସଇ   ଥରେ ଯଉବନ

   ଶିଖାଏ ଅନେକ କଥା

ସ୍ମୃତିର ପ୍ରାଚୀର   ଡେଇଁ ନାଚେ ମନ

   ମନେପଡେ ସବୁ ଗାଥା ।


ଦେହ ମନ୍ଦିରକୁ   ଦିବ୍ୟ ପରଶ

   ଦେଇଥାଏ ଯଉବନ

ଅଥଳ ସାଗରେ   ଲହଡ଼ି ଭାଙ୍ଗଇ

    ଅକୁହା ସେ ଶିହରଣ ।


ଆଶାର କୁସୁମ    ହାତ ପାହାନ୍ତାରେ

    ପାଇବାକୁ ଇଚ୍ଛା ହୁଏ

ଉତ୍ତୁଙ୍ଗ ପର୍ବତ    ଶିଖରରୁ ଲମ୍ଫ

    ଦେବା ପାଇଁ ମନ କହେ।


ଅଚିହ୍ନା ସହରେ    ଠିକଣା ହଜେଇ

    ଆଖିରେ ବୁଣେ ସପନ

ସ୍ୟପ୍ନ ସବୁ ଭାଙ୍ଗି    ଚୁରମାର ହୁଏ

    ଜାଳି ଦେଲେ ଯଉବନ।


ତରୁଣ ହୃଦୟେ    ଜୁଆର ଉଠିଲେ

    ବନ୍ଧ ବାଡ଼ ମାନେ ନାହିଁ

ପ୍ରଶମିତ ହୁଏ    ସ୍ନେହ ପ୍ରେମ ଭଳି 

    ଅବ୍ୟର୍ଥ ଔଷଧ ପାଇ ।


ମଦ ମତ୍ତ ହୋଇ    ଘୁରିବୁଲେ ମନ

    ବତୀଘର ଦିଶେ ନାହିଁ

ଅମଡ଼ା ବାଟରେ    ପାଦ ପଡିଗଲେ

     ଭଲ ମନ୍ଦ ଯାଏ ଭୁଲି ।


ତରୁଣ ବେଳରୁ     ଗାନ୍ଧୀ ଗୋପବନ୍ଧୁ

     ହୋଇଲେ ମହାନ ଲୋକ

ବୁଦ୍ଧଙ୍କର ଶିଷ୍ୟ     ପଥହରା ହେଲେ

     ତାରୁଣ୍ୟ କି ଅଭିଶାପ ।


 ତାରୁଣ୍ୟ ବୃକ୍ଷର    ଚାରିପାଖେ ଯଦି

     ସଞ୍ଜମର ବାଡ଼ ଥାଏ

ବଳ ବୀର୍ଯ୍ୟ ସବୁ     ବିନିଯୋଗ କରି

     ପାରିଜାତ ତୋଳି ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational