STORYMIRROR

DR SAMIR RANJAN BEHERA

Abstract Romance

3  

DR SAMIR RANJAN BEHERA

Abstract Romance

ତାରା ନୁହଁ ମୋ ପ୍ରେମିକା

ତାରା ନୁହଁ ମୋ ପ୍ରେମିକା

1 min
171


   ଚିକି ମିକି ତାରା

   ସେ ହେଉ ଉଆଁସର 

   ଅବା ପୂର୍ଣ୍ଣିମାର 

   ଝିପି ଝିପି ଆଲୋକ ମାଳାରେ 

   ସଜେଇ ଦେଉ ଆକାଶକୁ ll


   ପୂର୍ଣ୍ଣିମା ତିଥିରେ ମଳିନ ପଡେ 

   ତୋ ଶୋଭା ରୂପ ରାଜି 

   ଆଉ ଅମାବାସ୍ୟାରେ 

   ତୋ ଅପରୂପ ସୌନ୍ଦର୍ଯ୍ୟ 

   ଚୁନି ଚୁନି ଫୁଲରେ ସଜେଇଦେଉ 

   ତୋ ଚମକ ଜ୍ୟୋତିର ମୃଦୁ ମଲ୍ହାର ରେ ll


   ମୋ ଅଭିମାନୀ ପ୍ରେୟସୀ 

   ଠିକ ତୋ ଭଳିଆ 

   କେବେ ଚିକି ମିକି ହସରେ 

   ବୁଣି ଦିଏ ପ୍ରେମର ସମ୍ଭାର 

   କେବେ ମଳିନ ପଡ଼ିଯାଏ 

   ଆଉ କାହା ପ୍ରଖର ଜ୍ୟୋତିର  ll


   ଚାହିଁ ବସିଥାଏ ସେଇ ଆକାଶକୁ 

   ଅମାବାସ୍ୟାର ଦିଗବଳୟକୁ 

   ନିଘୋଡ଼ ଅନ୍ଧାରର

   ତୋ ମୃଦୁ ଆଲୋକକୁ 

   ଲାଗେ ତୋ ଚିକି ମିକି ଚାହାଣୀ 

   ଭୁଲାଇ ନିଏ ଆଉ କେଉଁ ରାଇଜକୁ 

   ଯେଉଁଠି ମୁଁ ପାଏ ଅପୂର୍ବ ସୁଖ 

   ସତେ ତୁ ତାରା ନୁହଁ 

   ମୋ ପ୍ରେମିକl........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract