STORYMIRROR

Anjana Naik,Anju..Deogarh

Romance Fantasy

4  

Anjana Naik,Anju..Deogarh

Romance Fantasy

ତାର ପସନ୍ଦ

ତାର ପସନ୍ଦ

1 min
250


ସେ କହିଥିଲା ଦିନେ 

ଆଇନା ଆଗରେ ଠିଆହୋଇ 

ବେଣୀ କରିନେ ତୋ ପସନ୍ଦର

ମୋ ପସନ୍ଦରେ

ଗଭାରେ କେବେ କେବେ 

ତୁ ଗଜରା ବି ଲଗେଇ ନେବୁ 

ମୋ ମନ ଭଅଁର ତୋ ଗଭାରୁ ଛାତିଯାଏଁ 

ଗୁଞ୍ଜନ କରିବ 

ତୋ ସାଦାସିଧା ବେଶ 

ଜହ୍ନପରି ଫୁଟିଉଠିବ ।

ଏଇ ଲଗେଇଛି ଦେଖ ଗଜରା ଆଜି

ବାଧ୍ୟବାଧକତା ରେ

କାହିଁକିନା 

ଏହା ତାର ପସନ୍ଦ !!


ଏ ଆଖି ମଧୁଶାଳାର ଗନ୍ତାଘର 

ଚୋରି ନକରୁ କେହି ଏହାର ମାଧୁରୀମା

ସେ କହେ ଜଗୁଆଳି ରଖିନେ!

ତୋ ଆଖିରେ କେବେ କେବେ 

ତୁ ହାଲକା ପୁରା ହାଲକା 

ସେ କହେ

ତୁ ଟିକେ କଜ୍ବଳ ଲଗେଇ ନେ !

ଏମିତି ଏହା ମୋର ସଉକ୍ ନାହିଁ 

କିନ୍ତୁ ହଁ 

ଏହା ତା ର ପସନ୍ଦ ।। 


ସେ କହେ

ତୁ ନୁଆଁ ନୁଆଁ ଚୁଡ଼ି ପିନ୍ଧ 

ତୋ ପସନ୍ଦର 

କେବେ ଦିନେ ନିଶ୍ଚୟ ଶାଢ଼ୀ ପିନ୍ଧ 

ଚୁଡ଼ିକୁ ମେଚିଙ୍ଗ କଲାପରି 

ମୋ ପସନ୍ଦର ।

ଦେହରେ ସଜ

ଷୋହଳ ବସନ୍ତରେ ଲାଗେ ମଉଜ

ଶାଢ଼ୀ ଆଞ୍ଚଲ ସଜଉ ସଜଉ

ତ କେବେ କୁଞ୍ଚ ପକଉ ପକଉ 

ମୁଁ ବିରକ୍ତ ହୋଇ

ଝୁଣ୍ଟି ହୁଏ ବାରମ୍ବାର ।

ମନରେ ଡ଼ରି ଡ଼ରି 

ତଥାପି ପିନ୍ଧେ ମୁଁ ଶାଢ଼ୀ ଏକାନ୍ତରେ 

କାହିଁକିନା 

ଏହା ତାର ପସନ୍ଦ ।।


କାଖରେ କଳସୀ ଧରି ଚାଲେ ମୁଁ ଅଳସୀ 

ପାଦ ଶବ୍ଦରେ ,କେବେ ପାଉଁଜିର ଶବ୍ଦରେ 

କାହା ନିଦ ଭାଙ୍ଗିବା ମୁଁ ଚାହେଁନି ।

ସେ କହେ

ପାଦରେ ପାଉଁଜି ନିଶ୍ଚୟ ପିନ୍ଧ 

ଏ ରୁଣୁଝୁଣୁ ଗୀତ 

ଥକ୍କାପଣ ଦୂରକରି 

ମୋତେ କଳ୍ପନା ରାଇଜରେ

ସ୍ବପ୍ନ ଭରା ନିଦ ଦିଏ ।।

ପିନ୍ଧିଚ଼ି ଘୁଙ୍ଗୁରୁ ଭରା ପାଉଁଜି ଆଜି ମୁଁ 

ଅହେତୁକ ଅନୁକମ୍ପା ସତ୍ବେ 

କାହିଁକିନା 

ଏହା ତା ର ପସନ୍ଦ ।। 


ତୋ ସୁନା ମୁହଁରେ 

ବୋଳିଛୁ ଯେଉଁ ଲାଜ ନିଆଁ

ଶହ ଶହ ପତଙ୍ଗ ପୋଡ଼ି 

ଦେଖିବୁ ପାଉଁଶ ହେଇଯିବେ 

ସେ କହେଡ଼େଞ୍ଜର ସିଗନାଲ୍ ଦେଇଦେ 

କାହାରିକି ନ ଜଣେଇଁ 

ଗୋପନରେ କେବେ କେବେ 

ତୋ କପାଳରେ ମୋ ନାଆଁରେ 

ଟୋପେ ସିନ୍ଦୁର ଲଗେଇନେ ।

ବିନା ସମ୍ମତିରେ ସେ ଅପରାଧ ବି କରିନେଲି 

କାହିଁକିନା

ଏହା ତା ର ପସନ୍ଦ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance