STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ତା ଠାରୁ ଆଉ କେ ନାହିଁ

ତା ଠାରୁ ଆଉ କେ ନାହିଁ

1 min
221

ମମତାର ମଧୁ ଝରଝର ହୋଇ

ଝରିପଡଇ ଯାହାର,

ମୁଠାଇ ଧରିଲେ ସେନେହ ପରଶେ 

ବାନ୍ଧି ରଖେ ତା କୋଳର,

ମାଆ ଭଳି ସିଏ ବୁଝେ ଦୁଃଖ ମୋହର

ତା ସରି କେ ହେବ ଏଇ ଜଗତରେ

ଜନ୍ମମାଟି ସିଏ ମୋର।


ଯେତେ ଦୂରେ ଥିଲେ ଯେତେ ବଡ଼ ହେଲେ

ତାକୁ ଭୁଲି ପାରେନାହିଁ,

ତା କଥା ପଡିଲେ ମୋର ଏ ଶରୀରେ

ଅପୂର୍ବ ପୁଲକ ଜାଗଇ,

ଅପୂର୍ବ ମହକ ଭାସିଆସଇ

ଲାଗେ ତ ସତେକି ମାଟି ମାଆ କୋଳେ

ବସି ମୁ ଝୁଲୁଥାଇ ।


ଦିଏ ଅନ୍ନଜଳ ଶସ୍ୟ ଫଳମୂଳ

ବାସଗୃହ ମୋ ପାଇଁ,

ଗୋଟିଏ କଣିକା ଦେହରେ ବାଜିଲେ

ସବୁ ଦୁଃଖ ଭୁଲିଯାଇ,

ମୋ ଜନ୍ମମାଟି ମୋ ଅନ୍ନଦାତ୍ରୀ

ଏହି ଜଗତରେ ଏକା ଆପଣାର

ତା ଠାରୁ ଆଉ କେ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational