STORYMIRROR

Sandhyarani dash

Inspirational

4  

Sandhyarani dash

Inspirational

ସ୍ୟାହି ଓ କାଗଜ

ସ୍ୟାହି ଓ କାଗଜ

1 min
269

ରାତିର କୋଳରେ ଆଖି ମୁଦି ଦିଏ

ସ୍ବପ୍ନ ଦେଖ ଏଇ ଆଖି,

ସ୍ୟାହି ଓ କାଗଜ ଗୋଟିଏ ଆତ୍ମା

ରହି ଥାନ୍ତି ପାଖାପାଖି।

କଳ୍ପନା କୋଳରେ ଶବ ଲେଖିଲେ

ଭାବନାରେ ଥାଏ ମଜା,

ଜୀବନର ନିତି ରଚିବା ପାଇଁ କି

ସ୍ଯାହି ଓ କାଗଜ ଖୋଜା।

ଅବିବେକି ଲୋକ କ୍ଷମତାକୁ ଗଲେ

ସ୍ୱାର୍ଥରେ ଆଣେଟି ଲୋଭ,

କାଗଜ କଲମ ଲିଖିତ କଥାଟି

କାଟି ଦିଏ ତାର ଜିଭ।

ଆକାଶ କୋଳରେ ଜହ୍ନ ଯେବେ ହସେ

ଫୁଟି ଉଠେ ନୀଳ କଇଁ,

କବି ଭାବନାର ଅନେକ ଚିନ୍ତନ

କାଗଜ କଲମ ନେଇ।

ଉଷା ଆଗମନେ ସୁରୂଜ ଉଇଁଲେ

କମନୀୟ ରୂପ ଦିଶେ,

ଭାବୁକଟି ବସି ନିଜସ୍ଵ ଭାବନା

ତର ତର ଲେଖି ବସେ।

ସମୟ ର ସାଥେ ସଭିଏଁ ଚାଲନ୍ତି

ଆଦ୍ୟରୁ ପ୍ରାନ୍ତ ଯାଏ,

ହେଲେ ପ୍ରତି ସ୍ଥାନେ ଅତି ଦରକାରୀ

କାଗଜ ଓ ଏହି ସ୍ୟାହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational