STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

1 min
217


ସମ୍ରାଟଙ୍କ ଶୀର ଛେଦନର ଆଦେଶ

ଜାତି ଭାଇମାନଙ୍କ ସୁରକ୍ଷାର ଦାୟିତ୍ୱ

ଜୀବନ ମରଣ ମହାଦ୍ବନ୍ଦର ଦୋଛକିରେ

ଉଠୁଛି ବିଳପି ବିଶୁ ମହାରଣାର ପିତୃତ୍ୱ

ସାମୁହିକ ସ୍ବାର୍ଥର ଦାୟରେ ପଡ଼ିଛି ବଳି

ଏକୋଇର ବଳା ବିଶିକେଶନ ଧର୍ମପଦ

ଜାତି ପାଇଁ ନାଶ ଯାଇଛି ନିଜର ବଂଶ

ସେ ପାଇଁ ତିଳେ ନୁହଁଇ ବ୍ୟଥିତ!!


ଲଭି ଜୀବନ୍ୟାସ ହେବାକୁ ଜୀବନ୍ତ 

ମନ୍ଦିର ଗାତ୍ରରେ ଖୋଦିତ ଯେତେକ

ନର୍ତ୍ତକ ନର୍ତ୍ତକୀ ପଶୁ ପକ୍ଷୀ ଯକ୍ଷ

ସୁର ବାନର କିନ୍ନର ସଭିଏଁ ବ୍ୟଗ୍ର

ବ୍ୟସ୍ତ ବିବ୍ରତ ଅନନ୍ତ ପ୍ରତୀକ୍ଷାରେ 

ବିଡ଼ମ୍ବିତ ସୂର୍ଯ୍ୟୋଦୟ କୋଣାର୍କରେ 

ନିର୍ଣ୍ଣୟ କରିବ ଭାଗ୍ୟ ଶିଳ୍ପୀ କୁଳର 

ଏହି ତ ତାହାଙ୍କର ନାର୍ଯ୍ୟ ପୁରସ୍କାର!! 


ଲମ୍ବି ଲମ୍ବି ଯାଉଛି ରାତିର ବୟସ 

ସଭିଙ୍କର ତୁଟୁଛି ଧୈର୍ଯ୍ୟର ବାଲି ବନ୍ଧ 

କିଏ ନିନ୍ଦୁଛି ଆପଣା ମନ୍ଦ କପାଳକୁ 

ତ କିଏ ଭାଗ୍ୟ ବିଧାତା ନିୟତିକୁ 

କିଏ ବା ପାରିବ ଲଂଘି ରାଜ ଆଜ୍ଞା 

ସନ୍ତାପିତ ହୃଦୟରେ ବିଶୁ ମହାରଣା 

ତଥାପି କହୁଛି ସଭିଙ୍କୁ ଅପେକ୍ଷା କର 

ଇଷ୍ଟ ସୁମରଣା କରି ସୂର୍ଯ୍ୟୋଦୟର!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics