STORYMIRROR

Arendra Kumar

Comedy

3  

Arendra Kumar

Comedy

ସୂର୍ଯ୍ୟଙ୍କ ସହିତ ଚାଟିଂ

ସୂର୍ଯ୍ୟଙ୍କ ସହିତ ଚାଟିଂ

1 min
185

 ସୂର୍ଯ୍ୟଦେଵ ସଙ୍ଗେ ଚାଟିଂ କରୁଥିଲି

କାଲି ସନ୍ଧ୍ୟା ସମୟରେ

ଥିଲେ ସୂର୍ୟ୍ଯଦେବ ପାହାଡ଼ ସେପାଖ

ତାଙ୍କ ସେହି ବଷାଘରେ

ଡିଓଟି ସାରିକି ବଷାଘରେ ଯାଇ

ଆରାମରେ ଟିକେ ବସି

ମୋବାଇଲି ଖୋଲି ଦେଖିଲେ ମେସେଜ

ଅନଲାଇନିରେ ଆସି

ମେସେଜ ପଢିକି ରିପିଲାୟ ଦେଲେ

କୁହ ବାବୁ ଅରେନ୍ଦର

ଚିଠି ପରେ ପରେ ମେସେଜ କାହିଁକି

କରୁଅଛ ବାର ବାର

କହିଲି ତୁମର ତାପମାତରାଟା

ଯାଉଛି ଏମିତି ବଢ଼ି

ହିଇଟି ତୁମର ସହିହେଉନାହିଁ

ପରାଣ ଯାଉଛି ଛାଡ଼ି

ଗଢ଼ିଆ ପୁଖରୀ ଶୁଖିକି ସେଥିରେ

ପଡ଼ିଛି ଏମିତି ଫାଟ

ଦେଖିଲେ ଲାଗୁଛି ପାତାଳପୁରୀକୁ

ଏଇ ବୋଧେ ଯିବା ବାଟ

ହେ ସୂର୍ଯ୍ୟଦେବତା କହିଦିଅ ଥରେ

କଣ କଲେ ପ୍ରତିକାର

ଫାଇନାଲି ଆଉ ପଡ଼ିବନି ଜମା

ତୁମରି କୋପ ନଜର

ଶୁଣି ମୋର ପ୍ରଶ୍ନ କହିଲେ ସେ ମୋତେ

ରଖିବ କଥାଟି ମୋର

ଯାହା ମୁଁ କହୁଛି କବିତାଟେ ଲେଖି

ଛାଡ଼ିବ ଫେସବୁକର

ଜଙ୍ଗଲକୁ କାଟି ଗର୍ବିତ ମଣିଷ

ମୁଡ଼ୁଛି ତା ଲମ୍ବା ନିଶ

ପ୍ରତିସୁଧେ ଏଣେ ପ୍ରକୃତି ତାପାଇଁ

ବିଛାଏ ଅନଳ ଫାସ

ଏବେଠୁ ମାନବ ବେଳ ଥାଉଁ ଥାଉଁ

ହେଇଯାଅ ସାବଧାନ

ନହେଲେ ଶେଷରେ କିଛିବି ନଥିବ

ଦଳିବ ଦୁଗୁତା ଚୂନ

ଗ୍ରୀଷ୍ମ ପରେ ପରେ ବରଷା ଋତୁରେ

କରିବ ବୃକ୍ଷ ରୂପଣ

ନହେଲେ ଜାଣିଥ ଆର ବରଷକୁ

ଫୁଟେଇବି ନିଆଁବାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy