Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ବ୍ୟଙ୍ଗ କବିତା : ସବୁ ଏଠି ଚଳେ

ବ୍ୟଙ୍ଗ କବିତା : ସବୁ ଏଠି ଚଳେ

1 min
260



ଚଳେଇ ନେଲେ ଚଳିଯିବ ଯେ, ସବୁ ତ ଏଠି ଚଳେ,

କିଏ ଶୋଊଛି ଖାଲି ପେଟରେ କିଏ ଖାଉଛି ପୁଳେ |


ପୁଲିସ ଗଛ ଚଢିବ ସିନା ଚୋର ଡେଉଛି ଡାଳେ,

ଭୋଟର ପଛେ ଥାଉ ସ୍ଵର୍ଗରେ ଭୋଟପଡ଼େ ବଳେ |


ପଣ୍ଡିତ ପୁଅ ମାଙ୍କଡ଼ ମାରେ ଦୋଷ ଲାଗେନା ତାକୁ,

ନେତାଙ୍କ ପୁଅ ସମ୍ମାନ ଯୋଗ୍ୟ ହେଉ ପଛକେ ଡାକୁ |


ଆଇନ ଅଛି କାନୁନ ଅଛି ମାନନ୍ତି ନାହିଁ କେହି,

ଦଳରେ ଥିଲେ ଭାଙ୍ଗିବେ ଆମେ ପାଟି ଖୋଲିବୁ ନାହିଁ |


କଳାଧୂଆଁ ଯେ ଅଧିକ ଛାଡ଼େ ତାକୁ ଧରିବା ମନା,

ଦୀପଜାଳି ଯେ ଧୁଆଁ କରୁଛି ଦିଏ ସେ ଜୋରିମାନା |


ଚାକିରି ଖଣ୍ଡେ ପାଇଲା ଯିଏ ସିଏ ମାଲିକହେଇ,

କହୁଛି ତମେ କାଲିକୁ ଆସ ଖରଚା କିଛି ନେଇ |


ଗରିବ ହେବା ଫେସନ ଏଠି ସୁବିଧା ନେବାପାଇଁ,

ମାଗଣା ହେଲେ ପିଚୁ ପିଅନ୍ତି ନରକପୁର ଯାଇ |


ଶସ୍ତାରେ କିଛି ମିଳୁଛି ଏଠି ଯଦି କେ ଦେଲା କହି,

ଧାଡ଼ି ଲାଗିବ ମେଳା ବସିବ ଦଳା-ଚକଟା ହେବ |



Rate this content
Log in

Similar oriya poem from Comedy