STORYMIRROR

SIBENDU SARASWATA PANDA

Comedy

3  

SIBENDU SARASWATA PANDA

Comedy

ଆଇ ଲଭ୍ ୟୁ ଆଳୁ

ଆଇ ଲଭ୍ ୟୁ ଆଳୁ

1 min
288

ସେଦିନ ଦେଖିଥିଲି ତୁମକୁ ଏକ ଟ୍ରଲି ଉପରେ,

ଦେଖୁଦେଖୁ ମନ ହଜିଗଲା ତୁମରି ପାଖରେ।

ମନେମନେ ଭଲପାଇ ବସିଲି ତୁମକୁ,

ଘୃଣା ଆସିଗଲା ଏହି ମଣିଷ ଜାତିକୁ।

ଭାବନାରୁ ଫେରି ଯେବେ ଦେଖିଲି ତୁମକୁ,

ଭାବିଲି ଚାଲିଗଲାଣି ବୋଧେ ଅର୍ଦ୍ଧପତାଳକୁ।

ସମ୍ଭାଳି ନପାରି ପୁଣି କିଣିଲି ତୁମକୁ,

ପଲିଥିନରେ ପଶାଇ ଆଣିଲି ଘରକୁ।

ବ୍ୟାଗ୍ ଥୋଇ ଚାଲିଗଲି ଗୋଡ଼ ହାତ ଧୋଇବାକୁ,

ଆସି ଦେଖିଲି ମା' ଖଣ୍ଡ ଖଣ୍ଡ କରିଛି ତୁମକୁ।

କଷ୍ଟ ହେଲେବି କିଛି କହିପାରିଲନି,

ମା' ବଢିଲା ତୁମସହ ଭାତ ଶାଗ ଓ ଚଟଣୀ।

ଲାଲି ପଡ଼ିଥିଲା ତୁମ କୋମଳ ଚେହେରା,

ଭାବିଲି ଆଜିର ଏ ସ୍ମୃତି ଯେ ନିଆରା।

ଅଧା ଖାଇସାରି ଯେବେ ଖୋଜିଲି ତୁମକୁ,

ଜାଣିଲି ଚାଲିଯାଇଛ ତୁମେ ମୋ ପେଟ ଭିତରକୁ।

ତଥାପି ମୁଁ ଭାବୁଥାଏ ଭଲ ପାଉଛି ତୁମକୁ,

ହେଲେ ତୁମେ ରାଗି ଚାଲିଗଲ ମୋ ପେଟର ତଳକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy