STORYMIRROR

Kali Kumar

Comedy Tragedy Classics

3  

Kali Kumar

Comedy Tragedy Classics

ଅଧ୍ୟାପକଙ୍କ ଅଧିଆ

ଅଧ୍ୟାପକଙ୍କ ଅଧିଆ

1 min
176

ଅଡର କରିଛନ୍ତି ଶିକ୍ଷା ମନ୍ତ୍ରୀ

କଲେଜ ଖୋଲିବ ଏବେ

ଯିଏ ଯେମିତି ଯେଉଁଠି ଥାଆନ୍ତୁ 

ଜୁନ ୧୭ ରେ ନିଶ୍ଚେ ଯୋଗ ଦେବେ ।।


ଚାକିରିଆ ବୋଲି କାହିଁକି ସେମାନେ

ବସି ବସି,

ରାଜ୍ୟ ରାଜସ୍ଵ ଖରଚ କରିବେ

କଲେଜ ଆସି ଅଣ୍ଟା ପିଠି ବଥା କରି

ମାସିକ ଦରମାଟା ତାଙ୍କ ନେବେ ।।


ଆରେ ବସି ଖାଇଲେ ନଈ ବାଲି ସରେ

ସେକଥା ଆମ୍ଭଙ୍କୁ ଜଣା

କିନ୍ତୁ ! ସର୍ତ୍ତ ରହିଲା

ସମସ୍ତେ ମାନିବାକୁ ବାଧ୍ୟ କରୋନାର କଟକଣା ।।


ମୁହେଁ ମାସ୍କ, ହାତେ ସାନିଟାଇଜର, ସାମାଜିକ ଦୂରତାକୁ

ବାଧ୍ୟତାମୂଳକ ପାଳନ କରିବେ,

ନହେଲେ ନିଜ ଆସୁବିଧା ପାଇଁ 

ନିଜେ ହିଁ ଦାୟୀ ହେବେ ।।


ଏହି ଖବର 

ମିଡିଆରେ ପ୍ରଚାର ହୋଇଲା ଦିନୁ

ଅଧ୍ୟାପକଙ୍କ ମୁଣ୍ଡ ବୁଲାଉଛି

ଖୁସି ଅପସରି ଯାଇଛି ମନୁ,

ସତେ ଅବା କିଏ ପରମାଣୁ ବୋମା

ପକାଇ ଦେଲା ତାଙ୍କ ମୁଣ୍ଡେ

ଚୁପଚାପ ହୋଇ ମୌନେ ଅଛନ୍ତି

ଶବଦ ନାହିଁ ଆଉ ତୁଣ୍ଡେ ।।


କେତେ ଦୁଷ୍ଟ , କେତେ ଶିଷ୍ଟ

କେତେ ଖଣ୍ଟ, କେତେ ମିଷ୍ଟ

ଆମ ରାଜ୍ୟର ଅଧ୍ୟାପକ ଗଣ

ସେକଥା ପରଖିବାକୁ,

ସର୍କାର୍ ବୋଧେ କରିଛନ୍ତି ଏହି ପଣ 

ନହିଲେ ! କିଆଁ ଏହି ବିପଦ ବେଳେ 

କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତେ

ବିନାଶ କାଳେ ବିପରୀତ ବୁଦ୍ଧି

ମୁଣ୍ଡେ କଅଣ ପାଇଁ ପଶାନ୍ତେ ।।


କିଛି ନ ଥାଇ ଘରେ ରହିଲୁ

ଜଗନ୍ନାଥଙ୍କ ପରି 

ଅଣସର ବାସେ,

ଆରେ ପରିସ୍ଥିତି ଯେବେ ବିଗିଡ଼ି ଯାଇଛି 

ସରକାର କହୁଛି, 

କଲେଜ ଆସେ ! କଲେଜ ଆସେ ।।



Rate this content
Log in

Similar oriya poem from Comedy