ଟଙ୍କା ଗଛ
ଟଙ୍କା ଗଛ
ଟଙ୍କାଗଛଟିଏ ଲଗାଇଛି ମୁହିଁ ଗୋଲାପୀ ରଙ୍ଗଟି ତା'ର,
ପ୍ରତିମାସ ସିଏ ସୁନା ଅଣ୍ଡାଦିଏ ପୂରିଯାଏ ଘର ମୋର ।
ଟଙ୍କାଗଛ ଯାଏ ବାଇକ ଚଲେଇ ତା' ପାଶେ ସମୟ ନାହିଁ,
ଗଛର ପୁଆଟି ଅଯତ୍ନରେ ବଢ଼େ ତା'ପାଇଁ ରଖିଛି ଧାଈ ।
ବରଷରେ ଅଧା ଛୁଟିଥାଏ ତା'ର ଘରେ ଲାଗେନାହିଁ ମନ,
ଗଛ ବୋଲମାନି ସେବା କରେ ତା'ର ନିଜକୁ ମଣେନା ହୀନ ।
ବୁଝି ଯାଇଛି ମୁଁ ଟଙ୍କାଗଛ ଥିଲେ ଆସୁଛି ସୌଭାଗ୍ୟ ସୁଖ,
ଟଙ୍କାଗଛ ଥିଲେ ଅଭାବ ନ ଥାଏ ମେଣ୍ଟିଯାଏ ଧନ ଭୋକ ।
ବଣର ଗଛ କି ଗାଈର ଵାଛୁରୀ ବଳେବଳେ ହୁଏ ବଡ଼,
ସେହିପରି ମୋର ପିଲା ବି ବଢିବେ କୋଠା ହେବ ମୋର ନୀଡ଼ ।
ସଞ୍ଚୟ ଧନରୁ କିଣିବି ପାଠକୁ ଆଣିବି ବଣରୁ ହାତୀ,
ସେହି ମୋରଧନ ସେହି ମୋରମାନ ଚାଲେ ମୁଁ ଫୁଲେଇ ଛାତି ।
