STORYMIRROR

jyotsna mayee panda

Comedy Tragedy

3  

jyotsna mayee panda

Comedy Tragedy

କୁଆଁର ପୁନେଇଁ ଜହ୍ନ...

କୁଆଁର ପୁନେଇଁ ଜହ୍ନ...

1 min
161

କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଲୁଚିଗଲା ସ୍ମୃତି ଚି଼ହ୍ନ ଗୋ

ଫୁଲ ବଉଳ ବେଣୀ

ମୋବଇଲ ଯୁଗ ଏଇ ଗୋ

ଫୁଲ ବଉଳ ବେଣୀ

ସେଲଫି ପାଇଁ କି ବାଇ ସବୁ ଏଠି

ସଭ୍ୟତା ଦେଲେ ଖାଇ ଲୋ

ଫୁଲ ବଉଳ ବେଣୀ

ପୁଚି ଖେଳ, ଆଉ କବାଡି, ଗୁଡ଼ି କୁ

ପାସୋରିଲେ ସଭେ ମନୁ ଗୋ

ଫୁଲ ବଉଳ ବେଣୀ

ପୂଜା ପlଠ ପରା ସଭିଏଁ ଭୁଲିଲେ

ମୁନ ସାଙ୍ଗେ ନିଜେ ସେଲଫି ନେଇକି

ପାଳିଲେ କୁଆଁର ପୂଣ୍ଣିମା ଲୋ

ଫୁଲ ବଉଳ ବେଣୀ

ଗୋଡ଼ ରେ ଅଳତା ନାହିଁ ଲୋ

ଫୁଲ ବଉଳ ବେଣୀ

ବେଣୀ ନାଇଁ ଆଉ ଫୁଲ କି ଖୋସିବେ

ଆଧୁନିକତା ଏ ଘରଣୀ ଲୋ

ଫୁଲ ବଉଳ ବେଣୀ

ସ୍ଟେବ ହେୟାର କୁ ସିନ୍ଦୁର ନାଇଁ ଲୋ

ନାଇଁ ଆଉ ଶାଢ଼ୀ କାନି ଲୋ

ଫୁଲ ବଉଳ ବେଣୀ

ଜିନ୍ସ ଟପ କୁ ହlଇହିଲ ପିନ୍ଧି

ମାରନ୍ତି ଖାଲି ଫୁଟାଣି ଲୋ

ଫୁଲ ବଉଳ ବେଣୀ

ସଭ୍ୟତା, ସଂସ୍କୃତି ଚୁଲି କୁ ଯାଉ ସେ

ପାଶ୍ଚାତ୍ୟ ସଂସ୍କୃତି ଥାଉ ହେ

ଫୁଲ ବଉଳ ବେଣୀ

ନୀତି ଆଦର୍ଶ ତ ପାଣି ଗାର ଏଠି

ସଭିଏଁ ଗଲେଣି ଭୁଲି ଗୋ

ଫୁଲ ବଉଳ ବେଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy