STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ଆମଘର କାମବାଲୀ

ଆମଘର କାମବାଲୀ

1 min
187


ନିତିନିତି ନୂଆ ପେଖନା ବାହାନା କାଢ଼େ ଆମ ଆମ କାମବାଲୀ,

ଆଜି କହିଗଲା-ଭିଣେଇ ଆସିଛି ଆସିବି ନାହିଁ ମୁଁ କାଲି ।


ମାଆର ଦେହଟା ଖରାପ ରହୁଛି ସକାଳୁ ଆସିବି ନାହିଁ,

ମୋ ବାପା କହିଛି-ଦିନ ଥାଉଁଥାଉଁ ଘରକୁ ଫେରିବି ମୁହିଁ ।


ରବିବାର ଦିନ ମୋ ଧରମ ଭାଇ ସପିଂ କରେଇ ନେବ,

ସବୁ ବୁଧବାର ମୋର ଉପବାସ ସେ ଦିନଟି ଛୁଟିଦେବ ।


କେତେଥର ତା'ର ଆଈ ମରିଲାଣି ନିଜେ ସେ ଯାଇଛି ଭୁଲି,

କେତେଥର ଜେଜେ ବେମାର ପଡୁଛି ଲାଗୁଛି ମାରେ ସେ ଗୁଲି ।


ବର୍ଷାଦିନ ପୁଣି ଟାଣଖରା ହେଲେ ଆସିହେଲା ନାହିଁ କହେ,

ଶୀତଦିନେ ହାତ-ପାଦ ଫାଟିଯିବ ଗ୍ଲୋବଟା ପିନ୍ଧିଥାଏ ।


ବ୍ରାଣ୍ଡେଡ଼ କମ୍ପାନୀ ଝାଡୁ ଆଣିଦିଅ ହାତକୁ କାଟିବ ନାହିଁ,

ବାସନ ମାଜିବା ମେସିନ ମିଳୁଛି ସେଥିରେ ପାରିବି ଧୋଇ ।


ସବୁଦିନ ଚାହାକରି ରଖିଥିବ ବିସ୍କୁଟ ହେଲେ ଚଳିବ,

ଫେରିଲା ବେଳକୁ ଯାହା ଖାଉଥିବ ସେହି ଜଳଖିଆ ଦେବ ।


ଅଲଗା କାମକୁ ଅଲଗା ପଇସା ଦରମା କାଟିବ ନାହିଁ,

ପାନରୁ ଟିକିଏ ଚୂନ ଖସିଗଲେ ଆକାଶକୁ ଥିବ ଚାହିଁ ।



Rate this content
Log in

Similar oriya poem from Comedy