😬CO-VID * *କୋ-ଭିଡ୍☺️
😬CO-VID * *କୋ-ଭିଡ୍☺️
ଆଖୁ ବାରି ଖସ ଖସ
ଯାଦୁରା ଡାକୁଛି ଯାଦୁଆଣିକୁ
ରମ୍ପା ରମ୍ପି ହେବା ଆସ।
ଭୋଟରେ ଆସ ଆମ ରାଲିରେ ବସ।
ତୁ ତ ମୁତୁରୀ ମୁଁ ବି ମୁତୁରୀ
ହେଁସ କାହିଁ ପାଇଁ ଧୋଇବା ...
ଚାଲ ହେଁସକୁ ଦୁହେଁ ମିଶି ଭିଜେଇବା।
ଜନତା ବାପୁଡା ସହଜେ ବାଉଳା
ତାଙ୍କୁ ପୋଳୁହରେ ମାଡି ବସିବା।
କିଏ ଲଣ୍ଠନ ଦେଖାଇ ଦେଲା
କିଏ ମାଗଣା ଟୀକା ପ୍ରତିଶୃତି ଦେଲା
କିଏ ପୁଣି ପନ୍ଦର ଲକ୍ଷ ଦେବ କହିଲା
ରାଧୁ ମାସ୍କକୁ ଖୋଲି ଫିଙ୍ଗି ଦେଲା
କହିଲା ଶଳା ଲାଗିଛି ଏଠି ଗୋଟେ ପାଲା।
ଯେଉଁ ପୋଲିସ କରିଥିଲା ମୋ ପଛ ନାଲି।
ଏବେ କହୁଛି ଆସନେ ବସନ୍ତୁ ବୋଲି।
ସାର ଯେତେବେଳେ ମଞ୍ଚରେ ଚଢ଼ିବେ
ଜୟ ଜୟ ଗାଇବ ଭୋକିଲା ପାଟିକୁ ମେଲି।
