STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ଚିତ୍ର ଚରିତ-16 : ଆମନେତା କହନ୍ତି

ଚିତ୍ର ଚରିତ-16 : ଆମନେତା କହନ୍ତି

1 min
221


ନିଜର ଦୋଷ ନିଜର ଗର୍ବ ଦିଶେନା ସିନା ମୋତେ,

ନିଜର ସ୍ଵାର୍ଥ ନିଜର ସୁଖ ଗୋଟେଇ ଆଣେ ଯେତେ |


ନିଜର କଥା ଲାଗେ ବଢିଆ ନିଜର ଜିଦ ରଖେ,

ନିଜର ପ୍ରାଣ ରହିଲେ ହେଲା ପରକୁ ବିଷ ବିକେ |


ନିଜର ପୁଅ ପାଇଁ ମୁଁ ବ୍ୟସ୍ତ କେମିତି ହେବ ଧନୀ,

ନିଜର ପତ୍ନୀ ପାଇଁ ମୋ ଚିନ୍ତା କେମିତି ହେବ ରାଣୀ |


ନିଜର କୋଠା କରୁଛି ଉଚ୍ଚ ହେବ ଆକାଶ ଛୁଆଁ,

ନିଜର ଯଶ ବାନା ଉଡ଼ାଏ ଲାଗିଲେ ଲାଗୁ ନିଆଁ |


ନିଜର ନାମେ ମନ୍ଦିର ହେଲା ଅମର ହେବାପାଇଁ,

ନିଜର ମୂର୍ତ୍ତି ତିଆରି କରି ବସାଇ ଦେବି ମୁହିଁ |


ନିଜର ଜାତି ଦେଶର କଥା ଯାଇଛି ପୂରା ଭୁଲି,

ନିଜର ଦଳ ନାମକୁ ଜପେ ମାର ସବୁଙ୍କୁ ଗୁଲି |



Rate this content
Log in

Similar oriya poem from Comedy