STORYMIRROR

premalata sahoo

Comedy

3  

premalata sahoo

Comedy

ଦେଇ ର ଦିଅର

ଦେଇ ର ଦିଅର

1 min
214


        

କେତେ ଦିନ ହେଲା ପଡିଶା ଗାଁ ରେ

ଦେଖିଛି ପୁଅ ଗୋଟିଏ,

ରୂପ ରେ ଗୁଣରେ ଅତୀବ ସୁନ୍ଦର

ଚିକିନିଆ ଟୋକା ଟିଏ।।

ନିଇତି ଆସୁଛି ଆମରି ଗାଁ କୁ

ସଞ୍ଜ ଆଉ ସକାଳରେ,

ଘଡ଼ିଏ ବୁଲୁଛି ଘିରି ଘିରି ହେଇ

ନୂଆ ବୁଲେଟ୍ ଗାଡ଼ି ସାଙ୍ଗରେ।।

ମତି ଗତି ତାର ଜଣା ପଡୁ ନାହିଁ

ଆସୁଛି ସେ କଣ ପାଇଁ,

ଆମରି ଗାଁ ରେ ଦେଖିବା ପାଇଁକି

ସେମିତି ତ କିଛି ନାହିଁ?।।

ଦିନେ ମୁଁ ଛକିଲି ସେଇ ପୁଅଟାର

ଦେଖିବାକୁ ହରକତ,

ପରେ ଜାଣିଲି ଟୋକା ସବୁଦିନ

ଅନଉଛି ଘର କବାଟ।।

ଦଉଡି ଯାଇ ମୁଁ କବାଟ ଖୋଲିଲି

ଟୋକା ଆଡେ ଦେଲି ଚାହିଁ,

ଆମ ଘର ଆଡେ ବୁଲି ଯିବା ପାଇଁ

କହିଛନ୍ତି ତୁମ ଦେଇ।।

କିଛି କ୍ଷଣ ପାଇଁ ଅବାକ୍ ହେଲି ମୁଁ

କହିଲି ଏ କି କଥା,

ତୁମ କଥା ଶୁଣି ଦେଖ ହୋ କେମିତି

ଘୁରାଉଛି ମୋର ମଥା।।

ମତେ ଦେଖି ଟୋକା ହାଉଲେ ହସିକି

କହିଲା ଟିକିଏ ଶୁଣ,

ମୁଁ ଯେ ହେଉଛି ତୁମ ଦେଇଙ୍କର

ଦିଅର ମଣି ହେ ଜାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy