ଚିତ୍ର ଚରିତ- 30 : ବ୍ୟଙ୍ଗ କବିତା-ସଚେତନ : -ଡକ୍ଟର କୃତ୍ତିବାସ ନାୟକ
ଚିତ୍ର ଚରିତ- 30 : ବ୍ୟଙ୍ଗ କବିତା-ସଚେତନ : -ଡକ୍ଟର କୃତ୍ତିବାସ ନାୟକ
ଚିତ୍ର ଚରିତ- 30 : ବ୍ୟଙ୍ଗ କବିତା-ସଚେତନ :
-ଡକ୍ଟର କୃତ୍ତିବାସ ନାୟକ
ସହିବା ଶକତି ବହୁତ ଆମର ଅଭାବ କଷଣ ସହୁ,
କାଦୁଅରେ କିଏ ପଶି ଘାଣ୍ଟିହେବ ଅତି ସହଜରେ କହୁ |
ବିଜୁଳି ନଥିଲେ ପାଣି ନ ଆସିଲେ ଭାଗ୍ୟଦୋଷ ଦେଇ ରହୁ,
ଲାଞ୍ଚୁଆ ବାବୁର ଅତ୍ୟାଚାର ସହି ହାତଗୁଂଜା ଦେଇଦେଉ |
ଭୋଟର ତାଲିକା ଭୁଲଥିଲେ ବି କାମଟା ଚଳେଇ ନେଉ,
ସରକାରୀ ଧନ ଲୁଟୁଥିଲେ କେହି ଆଖିବୁଜି ଚାଲିଯାଉଁ |
ବିପଦ ଆସିଲେ ଲାଙ୍ଗୁଳକୁ ଜାକି ଘରେ ଯାଇ ଲୁଚିରହୁ,
ପରଦୁଃଖ ଦେଖି ନ ଦେଖିଲା ପରି ବାଟଭାଙ୍ଗି ଚାଲିଯାଉ |
କୋଠଧନ କିଏ ଖାଇଗଲେ କହୁଁ ଆମର କି ଯାଏ ଖାଉ,
ପ୍ରତିବାଦ କଲେ କାଳେ କ୍ଷତିହେବ ଗଳାବାଟ ଆମେ ଚାହୁଁ |
ଶିକ୍ଷାର କି ମୂଲ୍ୟ କର୍ତ୍ତବ୍ୟକୁ ଯଦି ଆମେ ସବୁ ଭୁଲିଯାଉ,
ଏମିତି ଚାଲିଲେ ଜାଣିନିଆ ଭାଇ ଆମେ ସଚେତନ ନୋହୁଁ |
000
24-10-2020
