ମଣିଷ ଆଉ ମାଙ୍କଡ଼
ମଣିଷ ଆଉ ମାଙ୍କଡ଼
ଇତିହାସ ପାଠ
ପଢିଲେ ଲାଗୁଚି
ଅଛି କିଛି ଗଡ଼ବଡ଼,
ବିଶ୍ୱାସ ହେଉନି
ମଣିଷ କୁଆଡେ
ଆଗରୁ ଥିଲା ମାଙ୍କଡ଼ l
ଆମର ବି ଥିଲା
ଲୋମଶ ସୁନ୍ଦର
ଲମ୍ବା ଗୋଟିଏ ଲାଙ୍ଗୁଡ଼
ବିକାଶ ହେଇକି
ବଦଳି ଯାଇଛି
ଆମ ଜୀବନର ମୋଡ଼ l
ଗରିଲା ସିମ୍ପାଞ୍ଜି
ଓରାଙ୍ଗ ଓଟାଙ୍ଗ
ଆଉ ଯେତେ ସବୁ ମାଙ୍କଡ
ତାଙ୍କ ସାଥେ ଅଛି
ସାତ ଜନମରୁ
ସମ୍ପର୍କ ଆମର ନିବିଡ଼ l
ବଦଳି ଯାଇଛି
ଦେହର ଗଠନ
ବଦଳିଛି ହାତ ଗୋଡ଼
ଚେଷ୍ଟା କଲେ ଆମେ
ଡେଇଁ ପଳେଇବା
ଅଟ୍ଟାଳିକା କେତେ ବଡ l