STORYMIRROR

KRUTIBAS NAYAK

Comedy

3  

KRUTIBAS NAYAK

Comedy

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ ଗୀତି-କବିତା-45 :ଦୀପାବଳି :

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ ଗୀତି-କବିତା-45 :ଦୀପାବଳି :

1 min
259


ବଡ଼ ବଡୁଆ ହୋ- ଅନ୍ଧାରରେ ଆସିବନି,

ଅନ୍ଧାରେ ଆସିଲେ ମଦୁଆ ମାଡୁଆ ତୁମକୁ ବି ଛାଡ଼ିବେନି | (ଘୋଷା)


କାଉଁରିଆ କାଠି ଆଉ ମିଳୁନାହିଁ ଚାଇନା ଜାଳୁଛି ବତୀ,

ଦୀପ ଜଳୁନାହିଁ ରକେଟ ଉଠିବ ଫାଟିଯିବ ତୁମ ଛାତି |

ଧୂଆଁ ମିଶା ବିଷ ଆମ ପରିବେଶ, ଶ୍ରାଦ୍ଧ ଆଶା ରଖିବିନି |

ବଡ଼ ବଡୁଆ ହୋ- ଅନ୍ଧାରରେ ଆସିବନି | (1)


ପିଜା ବରଗର ମାଗି ଖାଇବାକୁ ପିଇବାକୁ ନାଲିପାଣି,

ଯୋଜନା କରିଛୁ ମଜାରେ ଡ଼େଇଁବୁ ସାଙ୍ଗ-ସାଥୀ ଡାକିଆଣି |

ଆସିବ ତ ଆସ ଦେଖି ଆମ ଭେକ ନାଟ ଦେଖି ଡରିବନି |

ବଡ଼ ବଡୁଆ ହୋ- ଅନ୍ଧାରରେ ଆସିବନି |(2)



Rate this content
Log in

Similar oriya poem from Comedy