STORYMIRROR

Kali Kumar

Abstract Comedy Tragedy

3  

Kali Kumar

Abstract Comedy Tragedy

ତୁଣ୍ଡି ଖିଆ ସରକାର

ତୁଣ୍ଡି ଖିଆ ସରକାର

1 min
188

          


ଜନତା କହଇ,

"ଦାଣ୍ଡପିଣ୍ଡା ଶୁଣ୍ଡି ହୋଇ,

        କେତେ ତୁ ବୁଲିବୁ କହ

ଆ ଘର ତା' ଘର ହୋଇ,

        କେତେ ତୁ ଖାଇବୁ କହ ।।

ମୁହଁରେ ତୋ ତୁଣ୍ଡି ଦେଉଛି

           ଟିକିଏ ଥୟ ଧଅ

ଆରେ ବୁଲିଖିଆ ସରକାର 

    ନିଜ ସୀମାରେ ଏବେ ତ ଟିକିଏ ରହ ।।"


ସରକାର ଉବାଚ, 

"ସର୍ବଗିଳା ସରକାର ମୁହିଁ,

      ନାହିଁ ମୋ ପାଇଁ ବାଡ଼ ବତା

ବରଷା ପବନ ଯେଉଁ ଆଡ଼େ ବହଇ,

       ସିଆଡ଼େ ଖୋଲା ଆମ ଛତା ।।

ତୁମେ ସବୁ ଜନତା ହୋଇଲେ 

        ଆମ୍ଭେ ପରା ପାଳନ କରତା

ତୁଣ୍ଡି ସହ ଫସଲ ଖାଇବୁ, 

     ଯେତେ ତୁ ଜଗୁଛୁ ଜଗୁଥାଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract