ଗଜପତି ବନ୍ଧୁ ଗଜପତି
ଗଜପତି ବନ୍ଧୁ ଗଜପତି
ଗଜପତି ବନ୍ଧୁ ଗଜପତି,
ଓଡ଼ିଶା ରାଜ୍ୟର ଗଜପତି,
ଜିଲ୍ଲାଟିଏ ସିନା ଘୋଷଣା ହୋଇଲା
ସବୁଠି ଚାଲିଲା ପ୍ରିୟା ପ୍ରିତି । ଗଜପତି.....
ନାଟକରେ ଏଠି ରାଜନୀତି,
ବଡ ବଡ ବାବୁ ନାଟ କରୁଛନ୍ତିି
ଗରୀବ ନ ପାଏ କାହା ସାଥୀ । ଗଜପତି.....
ସ୍ବାକ୍ଷର ସୁନ୍ଦର ଗଜପତି,
କଲମ କାଗଜ ପବନେ ଉଡୁଛି
ସମସ୍ତେ ସ୍ଵାକ୍ଷର ରାତାରାତି । ଗଜପତି.....
ସବୁଜ ସୁନ୍ଦର ଗଜପତି,
ରାସ୍ତା ଘାଟ ଏଠି ଏମିତି ହୋଇଛି
ନ ଚାଲିବା ପାଇଁ ନାହିଁ ଗତି । ଗଜପତି.....
ଶବରଙ୍କ ଜିଲ୍ଲା ଗଜପତି,
ଦଦରା ବସରେ ଚଢିଯାଅ ବାବୁ
ଭୂଲି ପରିବାର ଭୂଲି ଭୀତି । ଗଜପତି.....
ଆମର ଜିଲ୍ଲା ଗଜପତି,
ନୂଆଁ ଚାକିରୀଆ ଭର୍ତ୍ତି ଏଠାରେ
କୁଜି ନେତା କରେ ରାଜନୀତି । ଗଜପତି.....
ସୁନ୍ଦର ଜିଲ୍ଲା ଏ ଗଜପତି,
ଶହେ ଟଙ୍କା ଘର ହଜାରେ ହୋଇଛି ଇଚ୍ଛା ଥିଲେ ରୁହ ରାତାରାତି । ଗଜପତି.....
ଗଜପତି ଏହା ଗଜପତି,
ଦିନକର କାମ ସପ୍ତାହେ ଲାଗୁଛି
ଗଞ୍ଜାମେ ଫାଇଲ ଗାଏ ଗୀତି । ଗଜପତି.....
ଆମର ତୁମର ଗଜପତି,
ଧନୀମାନଙ୍କର ଟଙ୍କା ବଢୁଅଛି
ଗରୀବ ଶବର ମରେ ନିତି । ଗଜପତି.....
କର୍ମଚାରୀ ପୂର୍ଣ୍ଣ ଗଜପତି,
କିଏ କେବେ କେଉଁ ସ୍ଥାନରେ ନ ରୁହେ
ଭଡା ଓ ଜଡାରେ ଯାଏ ତୁଟି । ଗଜପତି.....
