STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ଖୁଆଡ଼

ଖୁଆଡ଼

1 min
207


ହରିଣ ଛୁଆଟି ଧାଇଁଲା ତା'ର ନାମ ବୁଦ୍ଧିଆ,

ଖାଇବାକୁ ତାକୁ ଜଗିଲେ ବାଘ-ହେଟା-ଗଧିଆ ।


ତାକୁ ବଞ୍ଚେଇଲା ସହରୀ ବାବୁ ଗୋଟିଏ ଘୋଡ଼ା,

ବୁଦ୍ଧିଆ ଦୌଡ଼ି ପାଇଲା ଯଶ ଫୁଲର ତୋଡ଼ା ।


ବଣ ରାଇଜର ବିଲୁଆମାନେ କଲେ ବିଚାର,

ବୁଦ୍ଧିଆ ପାଇଁ ସେ ବିରଞ୍ଚି ନାମ ହୁଏ ପ୍ରଚାର ।


ଆମ ରାଇଜର ବାଘୁଣୀ ଥିଲା ବଡ଼ ଚତୁରୀ,

ସୁଯୋଗ ଉଣ୍ଡି ସେ କାଢିଲା ଅଧିକାର କତୁରୀ ।


ଖୁଆଡ଼କୁ ଗଲା ବୁଦ୍ଧିଆ ମିଛ ତାଲିମ ପାଇଁ ,

ପୂରା ଅଧିକାର ପାଇଲା ନିଜ ନାମ ହଜେଇ ।


ଆମ ରାଇଜରେ ପ୍ରତିଭା ବଞ୍ଚି ରହିବ ନାହିଁ,

କଙ୍କଡ଼ା ପ୍ରବଳ ଟାଣନ୍ତି ଗୋଡ଼ ବଞ୍ଚିବ କାହିଁ ?



Rate this content
Log in

Similar oriya poem from Comedy