STORYMIRROR

Kali Kumar

Abstract Comedy Drama

3  

Kali Kumar

Abstract Comedy Drama

ଥିଲା ବାଲା ନଥିଲା ବାଲା

ଥିଲା ବାଲା ନଥିଲା ବାଲା

1 min
197

ଥିଲା ବାଲାଙ୍କର ବଢ଼ିଲା ପେଟ

ନ ଥିଲା ବାଲାଙ୍କ ଚିନ୍ତା,

କାହା ପାଇଁ ଏଠି ପିଜ୍ଜା ବରଗର

କିଏ ପାଏ ନାହିଁ,ବାସି ପଖାଳ ସାଙ୍ଗକୁ 

ଦି' ଦିନର ତୋରାଣି ଖଟା ।

ସରକାର ନିତି ପ୍ରସ୍ତୁତ କରନ୍ତି ଜନ କଲ୍ୟାଣ ନିମନ୍ତେ

ଭାରି ଭରକମ ଲମ୍ବା ଚଉଡ଼ା ଚିଠା,

ଭାଇ ! ବଢ଼ିଚାଲେ ଏଠି କରୋନା ଡରକୁ 

ଦୂର୍ନୀତି ସହିତେ ବ୍ୟଭିଚାରିତା,ଦୂର୍ନୀତି ସହିତେ ବ୍ୟଭିଚାରିତା 


ଜନ କଲ୍ୟାଣ ନିମନ୍ତେ ସରକାରୀ ନଈରେ ଏବେ

ନିତି ଯୋଜନାର ସୁଅ ଛୁଟେ

ଦୁଃଖି ରଙ୍କି ଏଠି ଔଷଧ ରାଗରେ ତାଟିଆ କାମୁଡ଼ି

ଗଡ଼ଇ ଭଙ୍ଗା ଦଦରା ଖଟେ 

ଯୋଜନାର ସ୍ରୋତ ସମୁଦ୍ରେ ମିଳଇ

ନଦୀନାଳକୁ ଛାଡ଼ି ନିଜ ବାଟେ,

ଦୁଃଖି ରଙ୍କି ଏଠି ଔଷଧ ରାଗରେ ତାଟିଆ କାମୁଡ଼ି

ଗଡ଼ଇ ଭଙ୍ଗା ଦଦରା ଖଟେ ।।

ଜନ କଲ୍ୟାଣରେ ପକେଟ ପୁରଇ

ପେଟ ରହିଯାଏ ଫାଙ୍କା

କହିକେ ପାରିବ ଏ ସରକାରୀ ବାଟଟା

କେତେ ସଳଖ ଆଉ 

କେତେ ରହିଛି ଏଥିରେ ବଙ୍କା ।।

ଶସ୍ତାରେ ଏଠି ବିକ୍ରି ହୁଅଇ ଜନସେବା କିସ୍ତି କିସ୍ତି

ଥିଲା ବାଲାଙ୍କର ଦାତା ପଣରେ, ଦମ୍ଭେ ଛିଡ଼ା ହୁଏ,

ନଭଶ୍ଚୁମ୍ଭୀ ଅଟ୍ଟାଳିକା ଧ୍ୱଂସ କରିଣ ଅଭାବିମାନଙ୍କ ବସ୍ତି ।।

ଶୋଷଣ ଭାଟିରେ ନ ଥିଲା ବାଲାଙ୍କ ଅଧିକାର ଯେତେ

ତିଳ ତିଳ ହୋଇ ଜଳେ

ସତ୍ୟ ନ୍ୟାୟ ଧର୍ମ ଭସ୍ମୀଭୂତ ହୁଏ ସତ୍ତାଧାରୀଙ୍କର

ସ୍ୱାର୍ଥପରତାର ଚରମ ଅନଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract