STORYMIRROR

Kalandi pal

Inspirational

4  

Kalandi pal

Inspirational

ସୂର୍ଯ୍ୟଙ୍କ ଦାଉ

ସୂର୍ଯ୍ୟଙ୍କ ଦାଉ

1 min
317


ହୀନିମାନିଆଁ ଏ ଜନମ ତାହାର

    ବିଧାତା ଦେଇଛି ଗଢି

ଜୀବନଟା ସାରା ଡହଳ ବିକଳ

    ଦାରିଦ୍ରରେ ଗଲା ସଢ଼ି!!


କିଏ ଖାଉଅଛି ଚିକେନ ମଟନ

   କା ପେଟକୁ ଦାନା ନାହିଁ

କିଏ ଶୋଉଅଛି ଶୀତ ତାପ ଗୃହେ

    କା ବାସ ଗଛର ଛାଇ!!


କିଏ ବସି ଏଠି ହୁକୁମ ଦିଏଟି

  ଦେହରେ ଖରା ବାଜେନି

ହୁକୁମ ପାଳିବା ଲୋକଟି ବିକଳେ

   ଖରା ତରାକୁ ମାନେନି!!


ପେଟ ପୋଡି ଗଲେ ଖାତିର ନାହିରେ

    ବଇଶାଖ ମାସ ଖରା

ଦିନେ ବସିଗଲେ ରୁହେ ଉପାସରେ

    ପିଲା ପରିବାର ସାରା!!


ଖରା ସହେ ଗୋରୁ ଖରା ସହେ ମେରୁ

    ଖରା ସହଇ ଶ୍ରମିକ

ଭାଗ୍ୟରେ ତାହାର ଲେଖିଛି ବିଧାତା

     ଶ୍ରମେ ମିଳେ ତାକୁ ସୁଖ!"


ଟାଇଁ ଟାଇଁ ଖରା ବାଦ ସାଧେ ପରା

     ସଦା ଶ୍ରମିକଙ୍କ ପାଇଁ

ସୁରୁଜ ଦେବତା ଆଖି ମେଲା ସଦା

     କିଛି ଦେଖିପାରୁ ନାହିଁ!!


ମୁଠେ ଦାନା ପାଇଁ ବିକଳ ସେ ହୋଇ 

   ଖରା ତରା ମାନେ ନାହିଁ

ସୁରୁଜ କିରଣ ଦେଉ ଯା କଷଣ

   ସହେ ମିତ୍ର ଭାବ ବହି!!


ଦିନ ବିତିଯାଏ ସୂର୍ଯ୍ୟ ଦେଖୁଥାଏ

    ରାତିରେ ଦେଖଇ ଜହ୍ନ

ସୂର୍ଯ୍ୟ ତାପ ଦାଉ କା ପାଇଁ ଅଲୋଡ଼ା

    ଶ୍ରମିକ ପାଇଁ ଚନ୍ଦନ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational