STORYMIRROR

Shiba Charan Mahapatra

Romance Tragedy

4  

Shiba Charan Mahapatra

Romance Tragedy

ସୂର୍ଯ୍ୟମୁଖୀ କହେ

ସୂର୍ଯ୍ୟମୁଖୀ କହେ

1 min
174

ଅପଲକେ ଚାହିଁ ତୁମ ସୌନ୍ଦର୍ଯ୍ୟକୁ

ବଦନାମ ହେଲା ଜାତି

ସାରା ଜୀବନଟା ବିତିଗଲା ମୋର

ନ ନେଇ ପ୍ରେମ ବିରତି ।

କେଉଁ ମହର୍ଷିଙ୍କ କେଉଁ ଶାପ ବଳେ 

ଅଧୂରା ହେଲା ମୋ ପ୍ରୀତି 

କି ପାଇଁ ରଚିଲ ଆଖିଏ ପିରତି

ଉତ୍ତର ଦେବ କି ସାଥି ??

ଚାହିଁଛି ମୁଁ ସାଥି ପ୍ରତୀକ୍ଷିତ ମନେ

ଉଜାଗରେ କଟେ ରାତି

ଦିନ ର ପିରତି ସାରା ରାତି ଖେଳେ

ଦେହ ବୁଣେ ଖରା ତାତି ।

ତୁମେ ଆସି ଗଲେ ଚାହାଣୀ ମୁଁ ଫିଙ୍ଗି 

ଆଞ୍ଜୁଳେ ସଜାଏ ପ୍ରିତି 

ହଳଦୀ ଲଗେଇ ଚନ୍ଦ୍ରମା ବଦନେ

ଆବେଗ ଖୋଜେ ଚଇତି ।

ଆଖି ଜାଳୁଥାଏ ପ୍ରେମର ଜାଗର

ଦେହ ଖୋଜେ ମିଠା ରତି

ବଡ ବେଦରଦି ତୁମ ପ୍ରୀତି ସାଥି

ଅସହ୍ୟ ହୁଏ ଏ ଛାତି ।

ଆଖିରେ ଆଖିରେ ତୃଷ୍ଣା କି ମେଣ୍ଟଇ 

ଦୂରେ ଥିଲେ ହୃଦ ସାଥି

ଚାତକିନୀ ମନ ବିରହ ଅନଳ 

ଲିଭାଏ କି ଜ୍ୱୋତ୍ସା ରାତି ??

ସେ ଭାବେ ମୁଁ ଜଳେ ତୁମ ପ୍ରିତି ପାଇଁ 

ତୁମେ ଖେଳ ଓଠେ ଜ୍ୱୋତି

ନିଜ ଠାରୁ ବେଶି ଭଲପାଇବା ରେ

ଏଇ କଣ ପରିଣତି ??

ସକାଳରୁ ଆସି ସଞ୍ଜ ଯାଏଁ ଧାଅଁ

ଇଏ କି ଅଜବ ମତି 

ମୋ ପ୍ରେମ କଣିକା ବିଛେଇଲି ଯେବେ

ଲୁହରେ ଭିଜାଅ ଛାତି ।

ବିଦାୟ ଲଗନ ବିଦାରକ ହେଲା

ବଦଳିଲା ମୋର ଗତି

ତୁମେ ଚାଲିଗଲ ଅନ୍ଧାରି ରାଇଜେ 

ଫିଙ୍ଗି ଦେଇ ମୁଠେ ସ୍ମୃତି । 

ତୁମେ ଗଲା ପରେ ମୋ ସାଥିରେ ଜଳେ 

ନୀରବ ରେ ଏଇ ରାତି

ତୁମକୁ ମୁଁ ଚାହିଁ ତୁମ ନାମ ନେଲି

ସୂର୍ଯ୍ୟମୁଖୀ ର ପିରତି ।

ଶିବ ଚରଣ ମହାପାତ୍ର 

ଚକ୍ରଧରପୁର : କେନ୍ଦୁଝର 


Rate this content
Log in

Similar oriya poem from Romance