STORYMIRROR

Keshab Chandra Dash

Classics Inspirational Others

4  

Keshab Chandra Dash

Classics Inspirational Others

ସୂର୍ଯ୍ୟ ଉଦୟଠୁ ଅସ୍ତ ଯାଏ

ସୂର୍ଯ୍ୟ ଉଦୟଠୁ ଅସ୍ତ ଯାଏ

1 min
305

 ଉଦୟଠୁ ଅସ୍ତ ଯାଏ

      କଟି ଯାଇଛି ଯେ ଦିନ

ସାରା ଦିନର ହିସାବ ନିକାଶ

      କରୁଥାରେ ତୁସୂର୍ଯ୍ୟହି ମନ ।


ଆଜି ଦିନଟା ରେ କେତେ ପୁଣ୍ୟ କଲୁ

      କେତେ ପାପ କଲୁ କହ

ପର ତଣ୍ଟି କାଟି କେତେ ତୁ ରଖିଲୁ

      ରଖି ଜୀବନରେ ମୋହ ।


ଧନ ସଂଚିବାକୁ ବୁଦ୍ଧି ଖଟାଇଲୁ

    କଲୁ କେତେ କାରସ।ଦି

ମଲାବେଳେ ସବୁ ଏଠି ରହିଯିବ

     ହେବ ସବୁ ବରବାଦି।


ନିଜ ସ୍ୱାର୍ଥ ଚିନ୍ତା ତତେ ତ ଘାରିଛି

     ଧର୍ମ କର୍ମ ଭୁଲିଗଲୁ

ଦରିଦ୍ରର ସେବା ନାରାୟଣ ସେବା

      ଜାଣି ସବୁ ପାଶୋରିଲୁ।


ମନୁଷ୍ୟ ଜନମ ପାଇଅଛୁ ଯେବେ

      କରି ନାହୁଁ ସତକର୍ମ 

ସମାଜର ଯଦି କାମରେ ନ ଲାଗୁ

     ବେକାର ଦୁର୍ଲଭ ଜନ୍ମ ।


 କୋଠାବାଡ଼ି ଆଉ ଗାଡ଼ିଘୋଡ଼ା ଯେତେ

        ସବୁ ନୁହେଁ ତ ନିଜର 

ମୋର ମୋର କହି ସବୁ ତ କରିଛୁ

       ହେବ ଦିନେ ଛାରଖାର ।


ପେଟ କାଟି ଯେତେ ସଞ୍ଚୟ କରିଛୁ

       ପୁଅ ଝିଅ ନାତି ଲାଗି

ରାଜଭୋଗ କରି ସବୁ ଉଡାଇବେ 

      ନ ପାରିବେ ତାକୁ ଜଗି ।


ସମ୍ପତ୍ତି ଉଡ଼ାଇ ସବୁ ଦିନ ପାଇଁ

      କରୁଥିବେ ବଦନାମ 

ଜୀବନ ଯାକର ପରିଶ୍ରମ ତୁଚ୍ଛା

    ନ ରହିବ ସନମାନ।


ଏ ମାୟା ସଂସାରେ କରିଥିବୁ ଯଦି

     ପର ପାଇଁ ସତ୍କାମ

ଯୁଗ ଯୁଗ ଯାଏ ମରିକି ବଞ୍ଚିବୁ

     ରହି ଯିବ ତୋର ନାମ।


ଏଣୁ କରି ଚିନ୍ତା ସମାଜ ମଙ୍ଗଳ

    କରିଥାରେ ତୁହି ମନ

ସୂର୍ଯ୍ୟ ଉଦୟଠୁ ଅସ୍ତ ଯାଏ

     କଟି ଯାଇଛି ଯେ ଦିନ।


    


Rate this content
Log in

Similar oriya poem from Classics