STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ସୂର୍ଯ୍ୟ ବନ୍ଦନା

ସୂର୍ଯ୍ୟ ବନ୍ଦନା

1 min
359


ସକଳ ଶକ୍ତି ର ଆଧାର ତୁମେ ହେ

  ସୂର୍ଯ୍ୟ ରବି ଦିବାକର

ସକଳ ରୋଗର ନିବାରକ ତୁମେ

  ହେ ପ୍ରଭୁ ମିତ୍ର ଭାସ୍କର।


ତୁମ ଉଦୟରେ ସାରା ଜଗତ ରୁ

  ଅଜ୍ଞାନ ଅନ୍ଧାର ଦୂର

ତୁମରି ଆଶିଷେ ପ୍ରଭୁ ଅଂଶୁମାଳୀ

   ହସି ଉଠେ ମଞ୍ଚପୁର।


ସକଳ ଘଟ ରେ ତୁମ ଉପସ୍ଥିତି

  ତୁମେ ହିଁ ଜଗତ ପ୍ରାଣ

ଆଜି ଶୁଭ ଦିନେ ଏ ଶୁଭ ଲଗନେ

  ଘେନିବ କୋଟି ପ୍ରଣାମ।


ଶ୍ରୀ କୃଷ୍ଣ ନନ୍ଦନ ଶାମ୍ବ ମହାବୀର

  କରି ତୁମ ଆରାଧନା

ଦୁ ସାଧ୍ୟ ରୋଗରୁ ମୁକତି ଲଭିଲେ

   କରି ତୁମ ନିରାଜନା।


ଏତିକି ମାଗୁଣି ପ୍ରଭୁ ଅଂଶୁ ମାନ

   କୃପା କର ରେ ତୁମର

ସାରା ଜଗତ ରୁ ଯେତେ ରୋଗ ଶୋକ

  ଅଚିରେ କର ହେ ଦୂର ।


Rate this content
Log in

Similar oriya poem from Inspirational