STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସୁସ୍ଥମନ

ସୁସ୍ଥମନ

1 min
327


ଆମେ ଜାଣିଛେ ଶୁଣିଛେ 

କି

ମନ ମତି 

ଚଳ ଚଞ୍ଚଳ ଚପଳ ମୋତି


ଆମେ ପଢିଛେ ଭାବୁଛେ

କି

କାୟା ଶରୀର

ସ୍ଥିର ସ୍ଥବିର 

ଆଶା ଆକାଂକ୍ଷା ଅନନ୍ତ ବ୍ୟାପ୍ତି

ଡେଣା ଲଗା ସ୍ଵାଧିନ ଚଢ଼େଇ

ଲଗାମ ଛଡ଼ା ଭଡୁଥାଏ ଗୀତ ଗାଇ ଗାଇ ।


ଆମେ କରୁଛେ ଦୈଡ଼ୁଛେ

କି

ମିଛ ମାୟା ଲଗନେ ମଗନେ

ମୋହ ଲୋଭ ବନ୍ଧନେ ଯତନେ

ସଂସାରୀ ନାଗଫାସ ବର୍ତ୍ତନେ କର୍ତ୍ତନେ

ଝାଳ ନାଳ ଧାଁ ଧପଡ଼ 

ବେଲିବାକୁ ପଡ଼େ ନିତି ପାମ୍ପଡ

ତେଲ ଲୁଣର ଦୁନିଆରେ 

ବାହାରି ଯାଏ ଅଣଚାଷ ପଵନ

ସନ୍ତୁଳିତ ପ୍ରାଣସତ୍ତା ଅଣନିଃଶ୍ଵାସୀ ତନୁମନ ।


ଆମେ ଭାବୁଛେ ଖୋଜୁଛେ

କି

ମିଳନ୍ତା କି ଆରାମ ଘଡିଏ

ନିରୋଳା ସମୟ ବେଶି ନୁହଁ

ଦଣ୍ଡେ ଦି ଦଣ୍ଡ 

ଶୋଇ ପଡନ୍ତି ଥକ୍କା ମେଣ୍ଟାନ୍ତି

ସୂପ୍ନ ଦେଖନ୍ତି ହରଦମ୍ ।


କହିଲ ଦେଖି ଭାବିଲ ଦେଖି

ଧନୀ ସୁଖୀ କି ?

ସହରୀ ଖୁସି କି ?

ଗାଁ ରେ ଶାନ୍ତି କି ?

ଚାକିରିବାଲା ଘରେ ପ୍ରଶାନ୍ତି କି ?

ପଇସାବାଲା ହସି ପାରୁଛି କି ?

ଗରିବ ତ ଆଜନ୍ମ ଦୁଃଖୀ ମହାଦୁଃଖୀ

ସର୍ବଦୁଃଖି

ଥିଲା ରହିଛି ରହିବ ବଂଚିତ ସୁଖି ।


ମନ କୁ ଲଗାମ୍

ଇଚ୍ଛାକୁ ସଲାମ୍

ମତିକୁ ସାଲ୍ୟୁଟ୍

ସୁଖ ଶାନ୍ତି ସମୃଦ୍ଧି ରହିବ

ଘରେ ବାହାରେ ସବୁଠି ସର୍ବଦା ଭେଟ ହେବ

ସୁସ୍ଥ ଶରୀରରେ ସୁସ୍ଥ ମନ

ବାସ କରିବ ଭଜମନ ।


Rate this content
Log in

Similar oriya poem from Inspirational