ସୁସ୍ଥ ହେବ ପରିବେଶ
ସୁସ୍ଥ ହେବ ପରିବେଶ
ଆସ ପିଲେ ଆସ ଆସ ପିଲେ ଆସ
ଆସ ଆସ ପିଲେ ଆସ,
ମିଳିମିଶି ଆମେ ଗଛ ଲଗାଇବା
ସୁସ୍ଥ ହେବ ପରିବେଶ।
ଆସ ଆସ ମୋର ଭାଇ ଓ ଭଉଣୀ
ଲଗାଇବା ଗଛଟିଏ,
ଆମେ ମାନେ ମିଶି ଯତନ କରିବା
ନିଶ୍ଚେ ବଡ ହେବ ସିଏ।
ବୃକ୍ଷ ଆମ ମାତା ବୃକ୍ଷ ଆମ ପିତା
ବୃକ୍ଷ ଆମ ଭାଇ ବନ୍ଧୁ,
ବୃକ୍ଷ ବିନା ଜାଣ ଜୀବଜଗତରେ
ବର୍ଷା ନହୋଇବ ବିନ୍ଦୁ।
ବୃକ୍ଷ ଦେଇଥାଏ ନାନା ଫୁଲ ଫଳ
ବୃକ୍ଷ ଦିଅଇ ଔଷଧ,
ବୃକ୍ଷ ପୁଣି ଦିଏ କାଠ ଡାଳ ପତ୍ର
କାଠରୁ ବହେ ସୁଗନ୍ଧ।
ବୃକ୍ଷ ଦେଇଥାଏ ଖରାଦିନେ ଛାଇ
ଦେଖେ ନାହିଁ ନିଜ ପର,
କାହାମନେ କେବେ ଦୁଃଖ ଦିଏ ନାହଁ
ଶତ୍ରୁକୁ କରେ ନିଜର।
ଗଛ ଲଗାଇବା ସୃଷ୍ଟି ବଞ୍ଚାଇବା
ଉନ୍ନତି ହୋଇବ ଦେଶ,
ପରିବେଶ ଆମ ପରିଷ୍କାର ହେବ
ସୁସ୍ଥ ହେବ ପରିବେଶ।
